Flood Threat in odisha; Baitarani river breaches danger mark
ଓଡ଼ିଶାର ଉତ୍ତର ଜିଲ୍ଲାଗୁଡ଼ିକ ବିଶେଷକରି ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଫଳରେ ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଜଳସ୍ତର ବଢ଼ୁଥିବାରୁ ବନ୍ୟା ନେଇ ଜିଲ୍ଲାପାଳ ସତର୍କ କରାଇଛନ୍ତି । ବନ୍ୟା ସ୍ଥିତି ଦେଖି ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
 
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳ ସ୍ତର ୩୮. ୮୨ ମିଟରରେ ପ୍ରବାହିତ ହେଉଛି ଓ ଏହା କ୍ରମାଗତ ବୃଦ୍ଧି ପାଉଛି, ଏହାର ବିପଦ ସଂକେତ ସ୍ତର ୩୮. ୩୬ ମିଟର । ଆଖୁଆପଦାରେ ରାତି ୧୦ଟା ସୁଦ୍ଧା ବିପଦ ସଙ୍କେତ ଟପିପାରେ ।
 
ସେହିପରି ମଥାନୀରେ ବିପଦ ସଙ୍କେତ ଉପରେ ଜଳକା ନଦୀ ପ୍ରବାହିତ ହେଉଛି ।ବିପଦ ସଙ୍କେତ ତଳେ ପ୍ରବାହିତ ହେଲେ ବି ଫୁଲୁଛି ସୁବର୍ଣ୍ଣରେଖା । ଚାନ୍ଦବାଲି ଓ ଧାମନଗର ବେଶୀ ପ୍ରଭାବିତ ଆଶଙ୍କା ରହିଛି ।
 

By Nirvay

Leave a Reply

Your email address will not be published. Required fields are marked *