ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଖୁବ୍‌ଶୀଘ୍ର ଦାଖଲ ହେବ ଫାଇନାଲ୍ ରିପୋର୍ଟ ।  ଏ ନେଇ ଆଜି ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ୍ ଡିଜି ବିନୟତୋଷ ମିଶ୍ର । ସେ କହିଛନ୍ତି ଅନ୍ତରୀଣ ଚାର୍ଜସିଟ୍ ବଳରେ ମାମଲାର ବିଚାର ଚାଲିଛି । ପରିବାରର ଅଭିଯୋଗ ଓ କେତେକ ପ୍ରସଙ୍ଗ ନେଇ ତଦନ୍ତ ଚାଲିଛି । ଏନେଇ ଖୁବ୍‌ଶୀଘ୍ର ଫାଇନାଲ୍ ରିପୋର୍ଟ ଦାଖଲ ହେବ ।

ସୂଚନା ଯୋଗ୍ୟ; ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ପୁନଃତଦନ୍ତ ଚଳାଇଛି କ୍ରାଇମ୍‌ବ୍ରାଞ୍ଚ । ସେଥିପାଇଁ କିଛି ଦିନ ପୂର୍ବରୁ ହତ୍ୟା ମାମଲାରେ ଗିରଫ ହୋଇଥିବା ଗୋପାଳ ଦାସର ମୋବାଇଲ୍‌ କଲ୍‌ ରେକର୍ଡ ଆଉ ଥରେ ଯାଞ୍ଚ କରିବା ସହ ଗୋପାଳ ଦାସର ପୁଅ, ବଡ଼ ଭାଇ, ବଡ଼ ଭାଇର ପୁଅକୁ ଜେରା କରିଛି ।

Leave a Reply

Your email address will not be published. Required fields are marked *