ମାଡୁଛି ହଇଜା । ଏହାକୁ ଦୃଷ୍ଟିରେ ରଖି ଯାଜପୁର ବ୍ୟାସନଗର ଅଞ୍ଚଳରେ ଫାଷ୍ଟଫୁଡ୍‌ ବନ୍ଦ । ଚାଟ୍, ଗୁପ୍‌ଚୁପ୍‌, ଜଳଖିଆ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ । ହୋଟେଲ୍‌ଗୁଡ଼ିକୁ ସ୍ବଚ୍ଛତା ରଖିବାକୁ ପ୍ରଶାସନର ନିର୍ଦ୍ଦେଶ ଜାରି କରାଯାଇଛି । ଏହି ନିଷ୍ପତ୍ତି ସ୍ଥାନୀୟ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ସମ୍ବନ୍ଧୀୟ ଚିନ୍ତାକୁ ନେଇ ନିଆଯାଇଥିବା ଜଣାପଡ଼ିଛି।

ଅନ୍ୟପଟେ ଯାଜପୁର ଜିଲାରେ ହଇଜା ସ୍ଥିତିର ଅନୁଧ୍ୟାନ ପରେ ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ଫେରିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ପରେ ଟିମ୍ ସ୍ପଷ୍ଟ କରିଛି ଯେ ଜିଲାରେ କଲେରା ବ୍ୟାପିଛି, ତେବେ ଏହା ପାଣ୍ଡେମିକ୍ ନୁହେଁ, ବରଂ ଏଣ୍ଡେମିକ୍ ଅବସ୍ଥାରେ ରହିଛି।

Leave a Reply

Your email address will not be published. Required fields are marked *