ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ ଏକ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଛି। ରାଜ୍ୟ ସରକାରଙ୍କ ଦ୍ୱାରା ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ରହିଥିବାରୁ, ଚାଷୀମାନେ ପଞ୍ଜୀକରଣରୁ ବଞ୍ଚିତ ହେବା ଭୟରେ ନିଜର ନାମ ପଞ୍ଜୀକରଣ କରିବା ପାଇଁ ରାତି ଅଧରୁ ଲ୍ୟାମ୍ପସ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନଙ୍କର ପ୍ରବଳ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ସର୍ଭର ସମସ୍ୟା, ସୀମିତ କାଉଣ୍ଟର ଯୋଗୁଁ ଚାଷୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥିବା ଜଣାପଡ଼ିଛି।

 

 

Leave a Reply

Your email address will not be published. Required fields are marked *