face-off-between-mahua-moitra-tankadhar
ଝାରସୁଗୁଡାରେ ୪୨୧ ଶ୍ରମିକଙ୍କୁ ଅଟକ ରଖିଥିବା ନେଇ ସାଂସଦ ମହୁଆ ମୈତ୍ର ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପରୋକ୍ଷରେ କରିଥିବା ଆକ୍ଷେପକୁ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । ବିଜେଡି ଯାହା କହିପାରୁନି, ତାହା ନୂଆ ବୋହୂଙ୍କ ଜରିଆରେ କୁହାଉଛି ବୋଲି ଝାରସୁଗୁଡ଼ା ବିଧାୟକ କହିଛନ୍ତି ।
 
ଟଙ୍କଧର କହିଛନ୍ତି, ଭାରତ ଏକ ଧର୍ମଶାଳା ନୁହେଁ, ଯିଏ ଯେମିତି ଆସିବେ ଏଠାରେ ଶରଣ ନେଇଯିବେ । ବେଆଇନ ଭାବେ ରହୁଥିବା ଲୋକଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଜେଡି ଯାହା କହିପାରୁନି, ତାହା ନୂଆ ବୋହୂଙ୍କ ଜରିଆରେ କୁହାଉଛି ବୋଲି ଝାରସୁଗୁଡ଼ା ବିଧାୟକ କହିଛନ୍ତି ।
 
ଭାରତ ସରକାରଙ୍କ ନିର୍ଦ୍ଦେଶରେ ବାଂଲାଦେଶୀ ଯାଞ୍ଚ ପ୍ରକ୍ରିୟା ଚାଲିଛି । କାହାକୁ ଝାରସୁଗୁଡ଼ାରେ ଥାନା ଭିତରେ ରଖାଯାଇ ନାହିଁ ବୋଲି ସେ କହିଛନ୍ତି ।
 
ଯେଉଁମାନଙ୍କୁ ଅଟକ ରଖାଯାଇଛି ତାଙ୍କର କାଗଜ ପତ୍ର ଯାଞ୍ଚ କରାଯାଉଛି, ଯାହା ପାଖରେ ବୈଧ କାଗଜପତ୍ର ଅଛି ତାଙ୍କୁ ଛଡ଼ା ଯାଉଛି । ଯେଉଁମାନେ ବୈଧ ଡକ୍ୟୁମେଣ୍ଟ ଦେଖାଇ ପାରିବେନି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଟଙ୍କଧର ତ୍ରିପାଠୀ କହିଛନ୍ତି ।
 
କହିରଖୁଛୁ ଯେ, କୃଷ୍ଣନଗରର ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଦାବି କରିଛନ୍ତି ଯେ ତାଙ୍କ ନିର୍ବାଚନମଣ୍ଡଳୀର ୨୩ ଜଣ କର୍ମୀଙ୍କୁ ଡକ୍ୟୁମେଣ୍ଟେସନ୍ ବାହାନାରେ ଓଡ଼ିଶାର ଏକ ଇଣ୍ଟ୍ରୋଗେସନ ସେଣ୍ଟରରେ ଅଟକ ରଖାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *