ହରିୟାଣା ଓ ଜାମ୍ମୁକାଶ୍ମୀରର ରାଜ୍ୟ ବିଧାନସଭା ଭୋଟ୍ ଗଣତି ପୂର୍ବରୁ ଆସିଲା ଏକଜିଟ୍ ପୋଲ୍ ଆକଳନ । ହରିୟାଣାରେ ନିର୍ବାଚନ ପରେ ଏଗଜିଟ ପୋଲର ଆକଳନ ସାମ୍ନାକୁ ଆସିଛି । ନିର୍ବାଚନ ପରେ ଦୈନିକ ଭାସ୍କରର ଆକଳନ ଅନୁସାରେ ବିଜେପିକୁ ମିଳିପାରେ ୧୫ରୁ ୨୯ ସିଟ୍ । କଂଗ୍ରେସ ଖାତାକୁ ମିଳିପାରେ ୪୪ରୁ ୫୪ ଓ ଆପକୁ ମିଳିପାରେ ଗୋଟେ ସିଟ୍। ଏହା ସହ ଧ୍ରୁବ ରିସର୍ଚ୍ଚ ଅନୁସାରେ ବିଜେପିକୁ ୨୨ରୁ ୩୨ଟା ସିଟ୍ , କଂଗ୍ରେସ ହାତରେ ୫୦ ରୁ ୬୪ ଓ ଆପ ୦ ସିଟ୍ ମିଳିବାର ଆକଳନ କରାଯାଇଛି । ଜିଷ୍ଟ ଟିଆଇଫି ରିସର୍ଚ୍ଚ ଅନୁସାରେ ବିଜେପିକୁ ୨୯ ରୁ ୩୭ , କଂଗ୍ରେସକୁ ୪୫ ରୁ ୫୩ ଓ ଆପ ଦଳକୁ ୦ , ପିପୁଲସ୍ ପ୍ଲୁଜ ଅନୁସାରେ ବିଜେପିକୁ ୨୦ ରୁ ୩୨, କଂଗ୍ରେସକୁ ୪୯ ରୁ ୬୧ ଓ ଆପକୁ ୧ ସିଟ୍, ରିପ୍ଲବିକ ଭାରତର ଆକଳନ ଅନୁସାରେ ବିଜେପିକୁ ମିଳିପାରେ ୧୮-୨୪ ସିଟ୍, କଂଗ୍ରେସକୁ ମିଳିପାରେ ୫୫ରୁ ୬୨, ଆପର ସିଟ୍ ୦ ରୁ ୩ ଟା ସିଟ୍ ମିଳିପାରେ । ରିପବ୍ଲିକ ଟିଭି ଅନୁସାରେ କଂଗ୍ରେସକୁ ୨୭ ରୁ ୩୫ , କଂଗ୍ରେସକୁ ୫୧ ରୁ ୬୧, ଆପକୁ ୦ ଆକଳନ କରାଯାଉଥିବା ବେଳେ ଏଣ୍ଡିଟିଭି ଆକଳନ ଅନୁସାରେ ବିଜେପିକୁ ୨୭ ସିଟ୍, କଂଗ୍ରେସକୁ ୫୪ ଓ ଆପକୁ ୦ ସିଟ୍ ମିଳିପାରେ ବୋଲି ସମ୍ଭାବନା ରହିଛି । ଅନ୍ୟପଟେ ଜାମ୍ମୁ କାଶ୍ମୀର ନିର୍ବାଚନର ଏକଜିଟ୍ ପୋଲ ମଧ୍ୟ ସାମ୍ନାକୁ ଆସିଛି । ଦୈନିକ ଭାସ୍କରର ଆକଳନ ର ଅନୁସାରେ ବିଜେପିକୁ ୨୦ରୁ ୨୫ , କଂଗ୍ରେସକୁ ୩୫ ରୁ ୪୦, ପିଡିପିକୁ ୪ ରୁ ୭ ଓ ଅନ୍ୟ ଦଳ ହାତରେ ୧୨ ରୁ ୧୮ ଆକଳନ କରାଯାଇଛି ସେହିପରି ଇଣ୍ଡିଆ ଟୁଡେ ଅନୁସାରେ ବିଜେପି ହାତରେ ୨୭ ରୁ ୩୨, କଂଗ୍ରେସ ହାତରେ ୪୦ ରୁ ୪୮, ପିଡିପିକୁ ୬ ରୁ ୧୨ ଓ ଅନ୍ୟ ଦଳକୁ ୬ ରୁ ୧୧ ଆକଳନ କରାଯାଉଥିବା ବେଳେ ପିପୁଲ୍ସ ପଲ୍ସର ଆକଳନ ଅନୁସାରେ ବିଜେପିକୁ ମିଳିପାରେ ୨୩ ରୁ ୨୭ , କଂଗ୍ରେସକୁ ୪୬ ରୁ ୫୦ ,ପିଡିପିକୁ ୭ ରୁ ୧୧ ଓ ଅନ୍ୟ ଦଳକୁ ୪ ରୁ ୬ ସିଟ୍ ମିଳିବା ନେଇ ଆକଳନ କରାଯାଉଛି । Post navigation ସରକାରୀ ସ୍ତରରେ ଶହୀଦ ବାଜି ରାଉତ ଜୟନ୍ତୀ ବ୍ୟାପକ ଭାବେ ପାଳନ କରାଯିବ – ମୁଖ୍ୟମନ୍ତ୍ରୀ ଗଣମାଧ୍ୟମର କଣ୍ଠରୋଧର ସମୟ ଶେଷ ଓ ନିର୍ଭୟ ସତ୍ୟର ପ୍ରକୃତ ସନ୍ଧାନୀ ବୋଲି ନିର୍ଭୟ ବାର୍ଷିକ ଉତ୍ସବରେ କହିଲେ ମୁଖ୍ୟମନ୍ତ୍ରୀ