ସୋନପୁର ଜିଲ୍ଲା ତେଲ ଜଳସେଚନ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜଣେ ଠିକାଦାରଙ୍କ ବିଲ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି। ଠିକାଦାର ଦେବରଞ୍ଜନ ତ୍ରିପାଠୀ ବିଲ କରାଇଦେବା ପାଇଁ ଶ୍ରୀ ପାଢ଼ୀଙ୍କ ପାଖକୁ ଯାଇଥିଲେ। ହେଲେ ସେ ୪୬,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଦେବରଞ୍ଜନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶ୍ରୀ ପାଢ଼ୀ ଦେବରଞ୍ଜନଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ ଧରିଥିଲା। ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ ଜାରି ରହିଥିଲା। ସୋନପୁର ଭିଜିଲାନ୍ସ ଡିଏସପି ଆର. କେ ପ୍ରଧାନ ଓ ବଲାଙ୍ଗୀର ଭିଜିଲାନ୍ସ ଇନ୍ସପେକ୍ଟର ଟି କେ ମହାପାତ୍ରଙ୍କ ନେତୃତ୍ୱରେ ସମ୍ବଲପୁର, ବରଗଡ଼, ପୁରୀ ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ ଚଢ଼ଉରେ ସାମିଲ ଥିଲେ । Post navigation ମୁଖାଗ୍ନି ଦେବା ବେଳେ ଜୁଇରୁ ଉଠିଗଲେ ମୃତ ବ୍ୟକ୍ତି ମା’ ସମଲେଇଙ୍କ ପୀଠରେ କାମ ନକରି ପୋଷ୍ଟର ଲଗାଇ ବାହାବା ନେବାକୁ ଚେଷ୍ଟା କରୁଛି ବିଜେପି: ବିଜେଡି