ବାର୍ ମାଲିକଙ୍କୁ ଚେତାବନୀ। ରାଜଧାନୀର ଅନେକ ବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ବାରମ୍ବାର ଅଭିଯୋଗ ଆସିବାପରେ ରାଜ୍ୟ ଅବକାରୀ ବିଭାଗର ବାର୍ ମାଲିକଙ୍କୁ ଦେଇଛନ୍ତି ଚେତାବନୀ। ଅବକାରୀ ବିଭାଗ ଆୟୁକ୍ତ ନରସିଂହ ଭୋଳ ରାଜଧାନୀର ସମସ୍ତ ବାରଗୁଡ଼ିକୁ ନିୟମ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି। ଏଣିକି ରାଜଧାନୀର ସବୁ ବାର ନିୟମ ମାନିବାକୁ ବାଧ୍ୟ ହେବେ। ଯଦି ନିୟମ ଉଲଙ୍ଘନ କଲେ ନିଆ ଯିବ କଡ଼ା କାର୍ଯ୍ୟାନୁଷ୍ଠାନ ସହ ରଦ୍ଦ ହେବ ବାର୍ ଲାଇସେନ୍ସ।

ସୂଚନା ମୁତାବକ, ଭୁବନେଶ୍ୱର ବାର୍ ଗୁଡ଼ିକ ନିୟମ ଉଲଂଘନ କରୁଥିବାର ଅଭିଯୋଗ ପରେ ଅବକାରୀ ବିଭାଗ ପକ୍ଷରୁ ବାହାର ଜିଲ୍ଲାର ଅବକାରୀ ଅଧିକାରୀଙ୍କୁ ଡାକି ଭୁବନେଶ୍ୱରର ସମସ୍ତ ବାରରେ ଚଢାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ଦୁଇଟି ବାର୍ ନିୟମ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଥିଲା। ସେହି ବାର୍ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଫାଇନ୍ ଇମ୍ପୋଜ କରାଯାଇଥିବା ସୂଚନା।

Leave a Reply

Your email address will not be published. Required fields are marked *