ଚିକିଟି ମଦ ମୃତ୍ୟୁ ପରେ ରାଜ୍ୟ ଅବକାରୀ ବିଭାଗର ତତ୍ପରତା ପ୍ରକାଶ ପାଇଛି। ବେଆଇନ ମଦ କାରବାର ନେଇ ୭ ଦିନ ରେଡ୍‌ କରିବ ଅବକାରୀ ଟିମ। ସାମ୍ବାଦିକ ସମ୍ମିଳନୀରେ ଅବକାରୀ କମିଶନର ନରସିଂହ ଭୋଳ ଏ ନେଇ ସୂଚନା ଦେଇଛନ୍ତି। ୭ ଦିନ ରେଡ୍‌ ହେବ। ପ୍ରଥମ ଦିନରେ ୨୦୩ ମାମଲା ରୁଜୁ ହୋଇଥିବା ବେଳେ ୧୧୭ ଗିରଫ ହୋଇଛନ୍ତି। ଚଢ଼ଉ ବେଳେ ୧୦ ହଜାର ଲିଟର ପୋଚ ନଷ୍ଟ କରାଯିବା ସହ ୧୦,୩୩୮ ଲିଟର ମଦ ଜବତ ହୋଇଛି।

ପ୍ରକାଶ ଯେ, ଗଂଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମାଡ଼ ପିଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ଅଛନ୍ତି। ସେହିପରି ମଙ୍ଗଳବାର ଚିକିଟିରେ ବିଷାକ୍ତ ମଦ ପିଇ ୨୩ ଜଣ ଅସୁସ୍ଥ ହୋଇଥିଲେ। ଅପମିଶ୍ରିତ ଦେଶୀ ମହୁଲି ମଦ ପିଇ ମୃତ୍ୟୁବରଣ କରିଥିବା ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ଗ୍ରାମର ବସନ୍ତ ଗୌଡ଼ (୩୮)ଙ୍କ ଶବ ବୁଧବାର ମିଳିଛି। ଏହି ଘଟଣା ପରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଅବକାରୀ କମିସନର ନରସିଂହ ଭୋଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟ ମଦମାଫିଆଙ୍କ ସମେତ ୭ ଜଣଙ୍କୁ ପୋଲିସ ଗିରଫ କରିଛି।

Leave a Reply

Your email address will not be published. Required fields are marked *