ଗଣମାଧ୍ୟମକୁ ସାକ୍ଷାତକାରରେ ବିଜେଡ଼ି ଦଳ ତାଙ୍କୁ ଅଣଦେଖା କରାଯାଉଛି ଏବଂ ଦଳରେ ସେ ଅଣନିଃଶ୍ୱାସୀ ହୋଇ ଅଛନ୍ତି ବୋଲି ଦେଇଥିବା ମନ୍ତବ୍ୟକୁ ଆଜି ଟାର୍ଗେଟ କରି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯାହାଙ୍କୁ ଦଳରେ ଅଣନିଃଶ୍ବାସୀ ଲାଗୁଛି ସେ ବିଜେଡି ଛାଡ଼ି ପଳାଇଲେ ଭଲହୁଅନ୍ତା । ସେ ତ ନିଜ ପୁତୁରାଙ୍କୁ ଆଗରୁ ବିଜେପିକୁ ଛାଡ଼ିଛନ୍ତି, ଏବେ ନିଜେ ପଳାନ୍ତୁ । ଦଳ ତାଙ୍କୁ ୬ ଥର ବିଧାୟକ କରିଛି, ବିଭିନ୍ନ ପଦ ପଦବୀ ଦେଇଛି । ତା ପରେ ଯଦି ତାଙ୍କୁ ଅଣନିଃଶ୍ବାସୀ ଲାଗୁଛି, ଛାଡ଼ି ପଳାଇଲେ ଭଲ ହେବ । ସେ ଚାଲିଗଲେ ଦଳର ପଇସାଟିଏର କ୍ଷତି ହେବ ନାହିଁ କହିଲେ ଲେନିନ୍‌ । ଯେଉଁମାନେ ଦଳରୁ ଡେଇଁଛନ୍ତି, ସେମାନେ ବିଜେପି ସଂପର୍କରେ ଥିଲେ । ସେ ବିଜେପିକୁ ଯାଉନାହାନ୍ତି, ବିଜେପି ତ ତାଙ୍କୁ ପ୍ରଧାନମନ୍ତ୍ରୀ କରିଦେବନି । ଯେଉଁମାନେ ବିଜେପି ଯାଇଛନ୍ତି, ସେମାନେ ସେଠି କଣ ପାଇଛନ୍ତି? ଯେଉଁମାନେ ବି ଯିବାକୁ ଚାହୁଁଛନ୍ତି ଯାଆନ୍ତୁ, ବିଜେଡି ଆହୁରି ସୁଦୃଢ଼ ହେବ ।

ଅନ୍ୟପଟେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଅମର ଶତପଥୀଙ୍କୁ ଟାର୍ଗେଟ କରି ଦେଇଥିବା ମନ୍ତବ୍ୟର ଉତ୍ତରରେ କହିଛନ୍ତି ମୁଁ ବିଜେଡିରେ ନାହିଁ । ମୁଁ ଏବେ ସ୍ବାଧୀନ । ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି । ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି  । ଏବେ କିନ୍ତୁ କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ ରହିଛି । ସଭ୍ୟପଦ ନେଇନି ମାନେ ମୁଁ ଟେକ୍ନିକାଲି ବିଜେଡିରେ ନାହିଁ। ନିର୍ବାଚନ ପୂର୍ବରୁ ଅନ୍ୟ ଦଳ ଯୋଗାଯୋଗ କରିଥିଲେ । ବିଜେପି ଯୋଗାଯୋଗ କରିବା ପରେ ବି ପ୍ରାର୍ଥୀ ହୋଇନି । କିନ୍ତୁ ପରବର୍ତ୍ତୀ ନିଷ୍ପତ୍ତି ସମସ୍ତଙ୍କ ସହ ବିଚାର କରି ନେବି ।

ସେ ଆଉ ମଧ୍ୟ କହିଛନ୍ତି କିଛି କାର୍ଯ୍ୟକ୍ରମ ନେଇ ମୁଁ ଶ୍ୱାସ ରୁଦ୍ଧ ରହିଛି ବୋଲି କହିଥିଲେ। ଏ କଥା ମୁଁ ଅନେକ ସମୟରେ କହିଛି, ଯେଉଁ ମାନେ କହୁଛନ୍ତି ବିଜେଡିରେ ଅଣ ନିଶ୍ୱାସୀ ହୋଇଛନ୍ତି ବିଜେପିକୁ ପଳେଇ ଯାନ୍ତୁ ତେଣୁ ସେ ମୋତେ ଦୟାକରି ମୋତେ ପରାମର୍ଶ ଦିଅନ୍ତୁନି । ସେ ନିଶ୍ୱାସ ସହ ରୁହନ୍ତୁ । ବିଜୁ ଜନତା ଦଳ ଗଠନ ବେଳେ ମୁଁ ଜାଣେନା ତାଙ୍କର ଭୂମିକା କଣ ଥିଲା । ୨୦୦୦ ମସିହାରେ ଯେତେବେଳେ ଦଳ ଗଠନ ହୋଇଥିଲା ସେତେବେଳେ ମୁଁ ମଧ୍ୟ ଜଣେ ପ୍ରତିଷ୍ଠାତା ସଦସ୍ୟ ଭାବେ ଥିଲି । କେଉଁ ପ୍ରତିକୂଳ ପରିସ୍ଥିତି ରେ ଦଳ ଗଠନ ହେଲା ଆଞ୍ଚଳିକ ଦଳ ହେଲା ପରେ ଲୋକଙ୍କ ସମର୍ଥନ ପାଇଲୁ । ଏକଥାକୁ ଅଣଦେଖା କରି ଯେଉଁମାନେ ତତ୍କାଳୀନ ରାଜନୀତିରେ ଆମକୁ ପରାମର୍ଶ ଦେଉଛନ୍ତି ଦୟାକରି ସେ ପରାମର୍ଶ ମୋତେ ନ ନଦେଇ ଦଳ ଭିତରେ ପରାମର୍ଶ ଦିଅନ୍ତୁ ଆଶା କରିବା ଭଲ ଦିନ ସେ ଦେଖିବେ।

 

Leave a Reply

Your email address will not be published. Required fields are marked *