ସିବିଆଇ ଜାଲରେ ଇପିଏଫଓ କାର୍ଯ୍ୟାଳୟର ଅଧିକାରୀ । ଲାଞ୍ଚ ହେବା ବେଳେ ଧରାପଡିଲେ ବ୍ରହ୍ମପୁର ଇପିଏଫଓ କାର୍ଯ୍ୟାଳୟର ଅଧିକାରୀ । ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ କାବୁ କଲା ସିବିଆଇ ।

ଲାଞ୍ଜିପଲ୍ଲୀ ସ୍ଥିତ ହୋଟେଲ୍‌କୁ ଡାକି ଗୋଟିଏ କମ୍ପାନୀ କର୍ତ୍ତୃପକ୍ଷଙ୍କ ଠାରୁ ଟଙ୍କା ନେଲା ବେଳେ ଧରାପଡ଼ିଛନ୍ତି ଅଧିକାରୀ । ଲାଞ୍ଚ ନେବାବେଳେ ଅଧିକାରୀମାନେ ତାଙ୍କୁ କାବୁ କରିବା ପରେ ଭୁବନେଶ୍ବର ନେଇ ଯାଇ ଅଧିକା ପଚରା ଉଚରା କରୁଥିବା ସୂଚନା ମିଳିଛି ।

ସୂଚନା ଯୋଗ୍ୟ; ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ଏକାଧିକ କମ୍ପାନୀ ପରିଚାଳନା କରୁଥିବା ବେଳେ ଇପିଏଫ୍ଓ ପକ୍ଷରୁ ଡିଜିଟାଲ ଦସ୍ତଖତ ଆବଶ୍ୟକ ଥିଲା। ସେ ବ୍ରହ୍ମପୁର ଗେଟ୍‌ ବଜାରସ୍ଥିତ ପାଏଲ ହଲ୍ ନିକଟରେ ଥିବା ଇପିଏଫ୍‌ଓ ଆଞ୍ଚଳିକ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଯୁବକ ଜଣଙ୍କ ଆଜକୁ ୩ମାସ ହେବ ଇପିଏଫ୍ଓ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ତାଙ୍କ କାମ ହୋଇ ପାରୁନଥିଲା। ଏହା ପରେ ତାଙ୍କୁ ଲାଞ୍ଚ ମାଗିଥିଲେ । ଏହା ପରେ ଯୁବକ ଜଣଙ୍କ ସିବିଆଇରେ ଅଭିଯୋଗ କରିଥିଲେ ।

ପୂର୍ବ ଯୋଜନା ମୁତାବକ, ଯୁବକଜଣଙ୍କ ଲାଞ୍ଜିପଲ୍ଲୀ ଫାଣ୍ଡି ଛକ ଛକଠାରେ ଏକ ଜଳଖିଆ ଦୋକାନରେ ପିଆରଓ ଅନିଲ ପତିଙ୍କୁ ସାକ୍ଷାତ କରିଥିଲେ । ସେଠାରେ ଉଭୟ ଜଳଖିଆ ଖାଇବା ପରେ ଅନୀଲଙ୍କ ଦାବି ମୁତାବକ ତାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ । ଏହି ସମୟରେ ସେଠାରେ ଛପି ରହିଥିବା ସିବିଆଇ ଅଧିକାରୀମାନେ ଅନୀଲଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରିଥିଲେ ।

Leave a Reply

Your email address will not be published. Required fields are marked *