ଅହମ୍ମଦାବାଦ ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପରେ ପ୍ରଧାନମନ୍ତ୍ରୀ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି। ମୋଦୀ ଲେଖିଛନ୍ତି, ଆଜି ଅହମଦାବାଦରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛି। ଧ୍ୱଂସର ଦୃଶ୍ୟ ଦୁଃଖଦ। ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଆମେ ସମସ୍ତେ ମର୍ମାହତ । ହଠାତ୍ ଏତେ ଲୋକଙ୍କ ଜୀବନ ଚାଲିଯିବା ଅବର୍ଣ୍ଣନୀୟ । ସମସ୍ତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା । ଆମେ ସେମାନଙ୍କର ଯନ୍ତ୍ରଣା ବୁଝିପାରୁଛୁ ।

ଏହା ସହ ଘଟଣା ପରେ ଅକ୍ଲାନ୍ତ ପରିଶ୍ରମ କରୁଥିବା ଅଧିକାରୀ ଏବଂ ଦଳଗୁଡ଼ିକୁ ଭେଟିଛି। ଏହି ଅକଳ୍ପନୀୟ ଦୁର୍ଘଟଣାରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ସହିତ ଆମର ସମବେଦନା ରହିଛି ବୋଲି କହିଛନ୍ତି ମୋଦୀ।

ସୂଚନା ଯୋଗ୍ୟ; ଗୁଜୁରାଟର ଅହମ୍ମଦାବାଦରେ ଗତକାଲି ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଅନେକ ଜଣଙ୍କ ମୃତ୍ୟୁ ହୋଇଛି। ଏହା ପରେ ଆଜି ଅହମଦାବାଦ ବିମାନବନ୍ଦରରେ ପହଞ୍ଚିଲା ପରେ ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେଠାରେ ବିମାନର ଭଗ୍ନାବଶେଷ ଦେଖିଥିଲେ। ଦୁର୍ଘଟଣାର ଶିକାର ହୋଇଥିବା ଡାକ୍ତରଙ୍କ ହ‌ଷ୍ଟେଲ ମଧ୍ୟ ଅତି ନିକଟରୁ ଦେଖିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ବିମାନ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଗୁରୁତରଙ୍କୁ ଭେଟିଥିଲେ।

Leave a Reply

Your email address will not be published. Required fields are marked *