ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । ବିମାନରେ ବୋମା ଧମକ ମିଳିବା ପରେ ଜରୁରୀ ଅବତରଣ କରାଯାଇଥିବା ସୂଚନା ମିଳିଛି । ଥାଇଲାଣ୍ଡରେ ଜରୁରୀ ଅବତରଣ କରାଯାଇଥିବା ବେଳେ ସମସ୍ତ ଯାତ୍ର ସୁରକ୍ଷିତ ଥିବା ଜଣାପଡିଛି । ବିମାନ ଥାଇଲାଣ୍ଡର ଫୁକେଟରୁ ନୂଆଦିଲ୍ଲୀ ଆସୁଥିଲା ଏୟାର ଇଣ୍ଡିଆ ବିମାନ । ସୂଚନା ଯୋଗ୍ୟ; ଆଜି ସକାଳ ୯ଟା ୩୦ରେ ଥାଇଲାଣ୍ଡର ରାଜଧାନୀ ଫୁକେଟରୁ ଏୟାର ଇଣ୍ଡିଆ ବିମାନ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ଉଡ଼ାଣର ମାତ୍ର କିଛି ସମୟ ମଧ୍ୟରେ ବିମାନରେ ବୋମା ଥିବା ନେଇ ଧମକ ମିଳିଥିଲା । ଏହା ପରେ ଚାଳକ ବିମାନକୁ ଥାଇଲାଣ୍ଡରେ ଜରୁରୀ ଅବତରଣ କରିଥିଲେ । ତେବେ ବୋମା ଥିବା ନେଇ ସେପରି କିଛି ସୂଚନା ମିଳି ପାରି ନାହିଁ । Post navigation ଅହମ୍ମଦାବାଦ ବିମାନ ଦୁର୍ଘଟଣା ଘଟଣା; ହଠାତ୍ ଏତେ ଲୋକଙ୍କ ଜୀବନ ଚାଲିଯିବା ଅବର୍ଣ୍ଣନୀୟ: ମୋଦୀ ଆଇଏଏସ୍ ଭିନୀଲ କ୍ରୀଷ୍ଣା ଓ ବୀର ବିକ୍ରମ ଯାଦବଙ୍କୁ ମିଳିଲା ନୂଆ ଦାୟିତ୍ବ