ରିଲିଫ ଯୋଗାଇବାକୁ ଯାଇଥିବା ବାୟୁସେନା ହେଲିକପ୍ଟର ଜରୁରୀ ଅବତରଣ କରିଛି। ୪ ଦିନ ଧରି ଆନ୍ଧ୍ରପ୍ରଦେଶର ବିଜୟୱାଡା ଓ ନିକଟବର୍ତ୍ତୀ ଅଞ୍ଚଳରେ ବନ୍ୟା ପ୍ରପୀଡିତଙ୍କୁ ରିଲିଫ ସାମଗ୍ରୀ ଯୋଗାଇବା ସହ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଏହି ହେଲିକପ୍ଟର ଲାଗିଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଥିବା ସୂଚନା ମିଳିଛି । ଚାଷଜମିରେ ଅବତରଣ କରିଥିବା ଜଣାପଡିଛି। ନାଲଗୋଣ୍ଡା ଜିଲ୍ଲାର ଚୈତାଲା ସହର ଉପକଣ୍ଠରେ ଥିବା ଏକ ଚାଷ ଜମିରେ ଭାରତୀୟ ବାୟୁସେନାର ଏହି ହେଲିକପ୍ଟର ଜରୁରୀ ଅବତରଣ କରିଛି। ରିଲିଫ ସାମଗ୍ରୀ ସହ ୩ ଜଣ ଅଧିକାରୀଙ୍କୁ ନେଇ ହେଲିକପ୍ଟର ବିଜୟୱାଡାରୁ ହାଇଦ୍ରାବାଦର ହାକିମପେଟ ବାୟୁସେନା ଷ୍ଟେସନ ଯାଉଥିଲା । ଖବର ପାଇ ଅନ୍ୟ ଏକ ହେଲିକପ୍ଟରରେ ଟିମ ପହଞ୍ଚି ଯାଂଚ କରୁଥିବା ସୂଚନା ମିଳିଛି । Post navigation ରେଭେନ୍ସାଙ୍କ ପରେ ଫକୀରମୋହନଙ୍କ ପାଳି କି: ବିଜେଡି ଓଡ଼ିଶାରେ ସମବାୟ ବ୍ୟବସ୍ଥାର ଢାଞ୍ଚା ପରିବର୍ତ୍ତନ କରିବାକୁ ବିଜେପି ବଦ୍ଧପରିକର