ଆସନ୍ତା ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ହଜାର ହଜାର ଦର୍ଶକଙ୍କ କୋଳାହୋଳରେ ଉଚ୍ଛୁଳିବ ଖଣ୍ଡଗିରି ଯାତ୍ରା । ଏହା ମଧ୍ୟରେ ଅଶ୍ଲୀଳତାକୁ ସମ୍ପୂର୍ଣ୍ଣ ବିରୋଧ କରାଯାଇଛି । ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳତାକୁ ରୋକିବା ପାଇଁ ଠେଙ୍ଗା ବାହିନୀ ଗଢ଼ିଛନ୍ତି ବିଧାୟକ ବାବୁ ସିଂ । ଆଜି ମା’ ବାରଭୁଜାଙ୍କ ପାଖରେ ଏକାମ୍ର ବିଧାୟକ ବାବୁ ସିଂଙ୍କ ନେତୃତ୍ବରେ ଶହେ ଠେଙ୍ଗା ପୂଜା କରାଯାଇଛି । ଏଥର ଯାତ୍ରାରେ ଅଶ୍ଲିଳତା ନୃତ୍ୟ ପ୍ରଦର୍ଶନ କଲେ ବାଜିବ ଠେଙ୍ଗା ପାହାର ।

ଠେଙ୍ଗା ପୂଜା ପରେ ସାମ୍ବାଦିକ ସମ୍ମିଳନୀରେ ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି ଯାତ୍ରାରେ ଯେଉଁ ନଗ୍ନତା ଅଶ୍ଲୀଳତାକୁ ବ୍ୟବହାର କରାଯାଉଛି ଏହାକୁ ରୋକିବ ଏହି ଠେଙ୍ଗା ।  ଏଥର ଖଣ୍ଡଗିରିରେ ଯିଏ ଅଶ୍ଳୀନ ନାଚ କରିବ ତାକୁ ମାଡ଼ ହେବ । ଖାଲି ମାଡ଼ ହେବ ତାହା ନୁହେଁ ସିରିୟସ୍‌ ମାଡ଼ ହେବ । ଏହି ମାଡ଼ ପାଇଁ ୧୦୦ ଠେଙ୍ଗା କିଣାଯାଇଛି ।

ସୂଚନାଯୋଗ୍ୟ, ଯାତ୍ରା ରେ ଅଶ୍ଲିଳତାର ପରିମାଣ ଧୀରେ ଧୀରେ ବଢ଼ି ଗଲାଣି । ତେଣୁ ଏଥର ଖଣ୍ଡଗିରି ଯାତ୍ରାରେ ଆଇଟମ ଗାର୍ଲ ନିଶା ମହାରଣା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀଙ୍କୁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *