ଆଜି ଇଦ୍-ଉଲ୍-ଫିତର୍, ଇସଲାମ ଧର୍ମାବଲମ୍ବୀ ଭାଇଭଉଣୀଙ୍କ ପବିତ୍ର ଉତ୍ସବ । ସାରା ଦେଶରେ ଇଦକୁ ହର୍ଷ ଉଲ୍ଲାସର ସହ ପାଳନ କରୁଛନ୍ତି ଇସଲାମ ଧର୍ମାବଲମ୍ବୀ । ଦୀର୍ଘ ଏକ ମାସର ଉପବାସ ବ୍ରତ ରମଜାନର ଉଦଯାପନ ହୋଇଛି । ଦିନ ସାରା ଉପବାସ ରହି ରାତିରେ ରୋଜା ପାଳୁଥିଲେ ମୁସଲିମ ଧର୍ମାବଲମ୍ବୀ । ରମଜାନ ମାସକୁ ଇସଲାମରେ ସବୁଠୁ ପବିତ୍ର ମାସ କୁହାଯାଏ । ଚାନ୍ଦ ଦେଖିବା ପରେ ଇଦ ପାଳିତ ହେଉଛି । ମସଜିଦରେ ଚାଲିଛି ସମୁହ ନମାଜ ପାଠ । ଏହି ପର୍ବ ପାଇଁ ପାଳନ ଉତ୍ସବ ମୁଖର ସାରା ଦେଶ । ମୁସଲିମ ସମ୍ପ୍ରଦାୟର ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପର୍ବରେ ସାମିଲ ହୋଇଛନ୍ତି । ଆଲିଙ୍ଗନ କରି ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି । ଇଦର ନମାଜ ପାଇଁ ମସଜିଦ ସବୁ ରଙ୍ଗିନ ଆଲୋକରେ ସଜା ହୋଇଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଦେଶବାସୀଙ୍କୁ ଇଦ-ଉଲ-ଫିତରର ଶୁଭେଚ୍ଛା ଜଣାଇଛନ୍ତି । Post navigation Premium Petrol Hike: ଆଜିଠୁ ବଢ଼ିଲା ପ୍ରିମିୟମ ପେଟ୍ରୋଲ୍ ଦାମ୍