ଆସନ୍ତା ଶନିବାର ଦିନ ସମଗ୍ର ରାଜ୍ୟରେ ଇଦ୍ ଉଲ ଫିତର ଉତ୍ସବ ପାଳନ ହେବ । ଆଜି ରାଜ୍ୟର କୌଣସି ସ୍ଥାନରେ ଚନ୍ଦ୍ର ଦେଖାନଯିବା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଅଞ୍ଜୁମାନ ଇସଲାମିଆ ଅହଲେ ସୁନ୍ନତ ଅଲ୍ ଜମାତ୍ ଚାନ୍ଦ କମିଟି ସୂଚନା ଦେଇଛି । ଆସନ୍ତାକାଲି ପବିତ୍ର ରମଜାନ୍ ମାସର ଶେଷ ଦିନ ବୋଲି ଘୋଷଣା କରାଯାଇଛି । ମୁସଲମାନ ସଂପ୍ରଦାୟର ଭାଇ ଭଉଣୀମାନେ ମାସ ତମାମ ରୋଜା ବା ଉପବାସ କରିଥିଲେ । ଆସନ୍ତାକାଲି ସନ୍ଧ୍ୟାରେ ଚାନ୍ଦ ଦେଖି ଏହି ଉପବାସ ଶେଷ କରିବେ । ଆଜି ଓଡ଼ିଶାର କିଛି ପ୍ରାନ୍ତରେ ମେଘୁଆ ପାଗ ଯୋଗୁ ଚନ୍ଦ୍ର ଦେଖାଯାଇ ନାହିଁ । ଇଦ୍-ଉଲ୍-ଫିତର ପର୍ବ ମୁସଲମାନ ସମ୍ପ୍ରଦାୟର ଏକ ପବିତ୍ର ପର୍ବ । ଏହି ଦିନ ମୁସଲମାନମାନେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରନ୍ତି ଏବଂ ନିଜର ଉପବାସ ଭଙ୍ଗ କରନ୍ତି । Post navigation Stock Market Crash: ଷ୍ଟକ୍ ମାର୍କେଟ୍ କ୍ରାସ୍; ନିବେଶକଙ୍କ ୧୨ ଲକ୍ଷ କୋଟି ଗୋଲ୍ Gold Price Drop: କମିଲା ସୁନା ଦର୍; ଆଜି ଦିନକରେ କମିଲା ସାଢ଼େ ୬ ହଜାର