ଠକେଇ ଅଭିଯୋଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡିର ବଡଧରଣର ଚଢାଉ। ୨୩୧ କୋଟି ଠକେଇ ଅଭିଯୋଗରେ ପ୍ରମିଳାଙ୍କ ଭାଇ ମୃତ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡିର ଚଢାଉ କରିଛି। ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ସମେତ ସମ୍ବଲପୁରର ତିନିଟି ଓ ନୂଆଦିଲ୍ଲୀର ଗୋଟିଏ ସ୍ଥାନରେ ରେଡ୍‌ କରିଛି ଇଡି । ବିଶ୍ବ ଏନ୍‌ଜିଓର ଫାଉଣ୍ଡର ହେଉଛନ୍ତି ପ୍ରମିଳା ମଲ୍ଲିକଙ୍କ ମୃତ ଭାଇ କ୍ଷୀରୋଦ ମଲ୍ଲିକ।

ସୂଚନା ଯୋଗ୍ୟ; ଚଳିତ ବର୍ଷ ସେପ୍ଟେମ୍ୱର ୧୮ ରେ କ୍ଷୀରୋଦ ମଲ୍ଲିକଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଥିଲା । ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଲୋନ ନେଇଥିଲେ କ୍ଷୀରୋଦ । ଏହି ସବୁ ଟଙ୍କା ନିର୍ବାଚନରେ ଲଗାଇଥିବା ଅଭିଯୋଗ ଆସିଥିଲା ।

Leave a Reply

Your email address will not be published. Required fields are marked *