ଡ୍ରପ୍‌ ଆଉଟ୍‌ ରୋକିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ । ଅଧା ପାଠ ଛାଡ଼ିଥିବା ପିଲାଙ୍କୁ ଦିଆଯିବ ଅଧିକ ଗୁରୁତ୍ୱ । କେଉଁ କାରଣରୁ ଅଧାରୁ ପାଠ ପଢ଼ା ଛାଡ଼ିଲେ? ତାର କାରଣ ଖୋଜିବେ ଶିକ୍ଷକ । ଘରକୁ ଘର ବୁଲି ସର୍ଭେ କରିବେ ଶିକ୍ଷକ, ଶିକ୍ଷୟିତ୍ରୀ।

ଆଜିଠାରୁ ମେ’ ୫ ତାରିଖ ଯାଏଁ ଡ୍ରପ୍ ଆଉଟ୍ ସର୍ଭେ କରାଯିବ।  ଶୂନରୁ ୧୮ ବର୍ଷର ପିଲାଙ୍କ ତଥ୍ୟ ସଂଗ୍ରହ କରାଯିବ । ଦିନକୁ ୨ରୁ ୩ ଘଣ୍ଟା ବୁଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କୁ ବିଭାଗ ପକ୍ଷରୁ ଦିଆଯାଇଥିବା ସ୍ୱତନ୍ତ୍ର ଆପ୍ଲିକେଶନ ମାଧ୍ୟମରେ ତଥ୍ୟ ମଧ୍ୟ ଅପଲୋଡ୍‌ କରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।

ବିଭାଗ ପକ୍ଷରୁ ହୋଇଥିବା ଚିଠିରେ ଉଲ୍ଲେଖ ହୋଇଛି, ରାଜ୍ୟରେ ପାଖାପାଖି ୪୮ ହଜାର ୪୪ ଜଣ ପିଲା ଡ୍ରପ୍‌ଆଉଟ୍‌ ଅଛନ୍ତି । ଯାହା ୟୁଡାଇଏସ୍‌ ତଥ୍ୟ କହୁଛି । ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲର ଡ୍ରପ୍‌ଆଉଟ୍‌ ଶିକ୍ଷାର୍ଥୀ ଅଛନ୍ତି । ତେବେ ପିଲାମାନେ କଣ ପାଇଁ ସ୍କୁଲକୁ ଆସୁନାହାନ୍ତି? ପାଠପଢ଼ାରୁ ଦୂରେଇ ରହୁଛନ୍ତି? ତାର କାରଣ ଖୋଜାଯିବ ।

Leave a Reply

Your email address will not be published. Required fields are marked *