ରାଜ୍ୟରେ ପୁଣି ବଢିଲା ଡ୍ରପ୍ ଆଉଟ । ଡ୍ରପ୍ ଆଉଟକୁ ନେଇ ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର । ୨୦୨୪-୨୫ ଶିକ୍ଷାବର୍ଷ ତଥ୍ୟ ଅନୁସାରେ, ୧୫ ପ୍ରତିଶତ ପିଲା ପାଠ ଛାଡ଼ିଛନ୍ତି । ଡ୍ରପ୍‌ ଆଉଟ୍‌ ୧୨.୮ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି ହୋଇଛି ।

ନବମ ଓ ଦଶମ ଶ୍ରେଣୀରେ ସବୁଠୁ ଅଧିକ ପିଲା ଛାଡୁଛନ୍ତି ପାଠପଢା । ଯେଉଁଥିରେ ଝିଅଙ୍କ ତୁଳନାରେ ପୁଅଙ୍କ ସଂଖ୍ୟା ଅଧିକ ରହିଛି । ନବମ ଓ ଦଶମ ଶ୍ରେଣୀରେ ୧୨.୫ ପ୍ରତିଶତ ଝିଅ, ୧୭.୩ ପ୍ରତିଶତ ପୁଅ ପାଠ ଛାଡ଼ିଛନ୍ତି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୩.୨ ପ୍ରତିଶତ ଡ୍ରପ୍ ଆଉଟ । ପ୍ରଥମରୁ ପଞ୍ଚମ ଶ୍ରେଣୀ ଭିତରେ ୦.୭ ପ୍ରତିଶତ ପିଲା ପାଠ ପଢା ଛାଡିଛନ୍ତି ।

ଯଦିଓ ୨୦୨୦-୨୧ ଏବଂ ୨୦୨୩-୨୪ ମଧ୍ୟରେ ପାଠପଢ଼ା ଛାଡିବା ହାର ହ୍ରାସ ପାଇଥିଲା, ଏହି ବର୍ଷ ଏକ ଚିନ୍ତାଜନକ ବୃଦ୍ଧି ଦେଖାଉଛି। ପ୍ରାଥମିକ ଶ୍ରେଣୀଗୁଡ଼ିକ ମଧ୍ୟ ୯୦,୦୦୦ ରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିବା ସହିତ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି, ଯାହା ଛାତ୍ରଙ୍କ ପ୍ରତିଧାରଣ ଏବଂ ଶିକ୍ଷଣ ଫଳାଫଳକୁ ପ୍ରଭାବିତ କରୁଛି। ଏହା ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସଂସ୍କାର ଏବଂ ସହାୟତାର ଜରୁରୀ ଆବଶ୍ୟକତାକୁ ଉଜ୍ଜ୍ୱଳ କରୁଛି।

ଅନ୍ୟପଟେ ମାଟ୍ରିକ ପରୀକ୍ଷାରେ ୧୨ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି ଯେ କାହିଁକି ଏତେ ପିଲା ଅନୁପସ୍ଥିତ ରହିଲେ ସେନେଇ ତର୍ଜମା କରାଯାଉଛି । ବିଭାଗୀୟ ତ୍ରୁଟି ନାହିଁ, ବ୍ୟକ୍ତିଗତ କାରଣରୁ ଅନୁପସ୍ଥିତ ରହିଛନ୍ତି । ସରକାର ଡ୍ରପ୍ ଆଉଟ୍ ରୋକିବାକୁ ସବୁ ପଦକ୍ଷେପ ନେଇଛନ୍ତି । ଚାଇଲ୍ଡ ଟ୍ରାକିଂ ସର୍ଭେ କରାଯାଉଛି ।

Leave a Reply

Your email address will not be published. Required fields are marked *