କଟକରେ ଥିବା ଏସ୍‌ସିବି ମେଡ଼ିକାଲରେ ୨ ରୋଗୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି । କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ମେଡ଼ିକାଲକୁ ଚିକିତ୍ସିତ ହେବାକୁ ଆସିଥିବା ଜଣେ ଡାକ୍ତରଙ୍କ ମା’ ଓ ମାଇଁକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଇସିଜି କରିବା ବାହାନାରେ ଦୁଷ୍କର୍ମ କରିଥିବା ଡାକ୍ତରଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡ଼ିତା ।

ଅନ୍ୟପଟେ ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼ରେ ଡାକ୍ତରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଗୁରୁତର ଥିବା ଡାକ୍ତର ଏବେ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସେହିପରି ଅଭିଯୋଗ ଆଧାରରେ ମଙ୍ଗଳବାଗ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *