କଟକରେ ପାର୍ବଣକୁ ସୁରକ୍ଷିତ କରିବାକୁ ବିଭିନ୍ନ କଟକଣା ଜାରି କରାଯାଇଥିବା ବେଳେ ଏବେ ଜିଲ୍ଲାପାଳ ଡିଜେ ଫାୟାର ଗନ୍‌ ବ୍ୟବହାରକୁ ମନା କରିଛନ୍ତି। ନଭେମ୍ବର ୨୬ ପର୍ଯ୍ୟନ୍ତ ଡିଜେ, ଏଲ୍‌ଇଡି ଲାଇଟ୍‌, ଫାୟାର ଗନ୍‌ ମନା କରାଯାଇଛି। ପୂଜା ପେଣ୍ଡାଲ, ଭସାଣ ଶୋଭାଯାତ୍ରା, ବଲିଯାତ୍ରାରେ ମଧ୍ୟ ଏସବୁ ବ୍ୟବହାର ହୋପାରିବନି। ଅଧିକ ଶବ୍ଦ କରୁଥିବା ବାଣ ପାର୍ବଣ ଓ ବାଲିଯାତ୍ରାରେ ଫୁଟାଇବାକୁ ବାରଣ କରାଯାଇଛି। କଟକର ସବୁ ଥାନା ଅଧିକାରୀଙ୍କୁ କଡ଼ାକଡ଼ି ଭାବେ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *