ଅଦିନିଆ ବର୍ଷା ଚାଷୀଙ୍କର ଧାନ ଫସଲ ସହିତ ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଫସଲ ନଷ୍ଟର କ୍ଷତିପୂରଣକୁ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଅଦିନିଆ ବର୍ଷା ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବା ଆରମ୍ଭ ହେଲାଣି । ଏହା ୪ କି ୫ ଦିନରେ ସରିବ । ୧୪ ଜିଲ୍ଲାରେ କ୍ଷତି ହୋଇଥିବା ବେଳେ ୨ ଜିଲ୍ଲାରେ ଆଶିଂକ କ୍ଷତି ମଧ୍ୟ ହୋଇଛି । ଜଳସେଚିତ ଜମିକୁ ହେକ୍ଟର ପିଛା ୧୫ ହଜାର କ୍ଷତିପୂରଣ ରାଶି ରହିଥିବା ବେଳେ ଅଣଜଳସେଚିତ ଜମି ପାଇଁ ୭୫୦୦ ଟଙ୍କା ରହିଛି । ଭାଗ ଚାଷୀଙ୍କ ପାଇଁ ଆଇନ ଆସିନି, ଆସିବ କି ନାହିଁ ଆଲୋଚନା ହେବ । ରାଜସ୍ବ ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ପୁରୀରେ ସର୍ବାଧିକ କ୍ଷତି ହୋଇଥିବା ବେଳେ ତା ପଛକୁ ଗଂଜାମ ଜିଲ୍ଲା ରହିଛି । ଧାନ, ପରିବା, ଚିନାବାଦାମ, କପା ବି ନଷ୍ଟ ହୋଇଛି । ପ୍ରାୟ ୬ ଲକ୍ଷ ୬୬ ହଜାର ୭୨୦ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ସେହିପରି୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଚାଷ ନଷ୍ଟ ହୋଇଛି । ଜିଲ୍ଲାପାଳଙ୍କୁ କ୍ଷତିପୂରଣ ଦିଆସରିଲାଣି । ଆଉ ଚାଷୀଙ୍କୁ ଆବଣ୍ଟନ ହେଲାଣି । Post navigation ଫେବ୍ରୁଆରୀ ୫ରେ ଦିଲ୍ଲୀ ନିର୍ବାଚନ; ୮ରେ ଭୋଟ ଗଣତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ ସାବ୍ୟସ୍ତ