ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ଦେଖାଦେଇଛି ଗୃହରେ ହଟ୍ଟଗୋଳ । ଗୃହରେ ମିଶନଶକ୍ତିର ଗୈରୀକରଣକୁ ନେଇ ବିଜେଡି ଓ କଂଗ୍ରେସ ସଭ୍ୟ ନାରାବାଜି କରିଥିଲେ । ବାଚସ୍ପତିଙ୍କ ପୋଡିୟମ ତଳେ ଜୋରଦାର ପ୍ରତିବାଦ ଦେଖାଦେଇଥିଲା । ଏହା ଯୋଗୁଁ  ଗୃହ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି ।

ଆଜି ଗୃହରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତ ଓ ମିଶନ ଶକ୍ତି ଇସି ପୁନ୍ନର୍ଗଠନ ଦାବି କରିଛି ବିଜେଡି । ମିସନ ଶକ୍ତିକୁ ଗୈରିକରଣ କରିବା ବନ୍ଦ କର, ମହିଳାଙ୍କୁ ନ୍ୟାୟ ଦେବା ଦାବି ନେଇ, ବିଜେଡ଼ି ଏବଂ କଂଗ୍ରେସ ସଦସ୍ୟମାନେ ପୋଡିୟମ ନିକଟରେ ନାରାବାଜି କରିଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *