ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ନେଇ ଚର୍ଚ୍ଚା ଜୋର ଧରିଛି। କିଏ ହେବେ ରାଜ୍ୟ ପୋଲିସ ମୁଖିଆ, ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ଏହା ମଧ୍ୟରେ ୩ ବରିଷ୍ଠ ଆଇପିଏସଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଚିଠି ହୋଇଛି। ୧୯୮୮ ବ୍ୟାଚ୍ ଆଇପିଏସ ଏ.କେ ରାୟ,୧୯୮୯ ବ୍ୟାଚ୍ ଆଇପିଏସ ଏସ୍‌.ଏମ୍‌ ନରୱାଣେଙ୍କୁ ଓ ୧୯୯୦ ବ୍ୟାଚ୍ ଆଇପିଏସ ୱାଇ.ବି ଖୁରାନିଆଙ୍କୁ ଚିଠି ହୋଇଛି। ଅଧିକାରୀମାନେ ନିଜ ବାୟୋଡାଟା ଦେବା ପାଇଁ ଚିଠିରେ ଉଲ୍ଲେଖ ହୋଇଛି। ତେବେ ଡିଜିପି ଚୟନ ପାଇଁ ଗଠିତ କମିଟିକୁ ଏହି ତଥ୍ୟ ପଠାଇବ ଗୃହ ବିଭାଗ।

Leave a Reply

Your email address will not be published. Required fields are marked *