ପଶ୍ଚିମବଙ୍ଗ ସରକାରର ଅସହଯୋଗ ପରେ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆମଦାନୀ ହେଉଥିଲା। ଓଡ଼ିଶା ତାର ସ୍ୱାଭିମାନ ପାଇଁ ପଶ୍ଚିମବଙ୍ଗ ଉପରେ ଆଉ ନିର୍ଭର କଲା ନାହିଁ। ଏବେ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆସୁଛି। ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ମଗାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଉତ୍ତରପ୍ରଦେଶ ଆଳୁ ଶୀଘ୍ର ପଚିଯାଉଥିବା କଥା ମିଛ ବୋଲି ମନ୍ତ୍ରୀ କହିଛନ୍ତି । ଓଡ଼ିଶା ମାର୍କେଟରେ ଉତାରପ୍ରଦେଶର ଆଳୁ ବିକ୍ରି ହେଲାଣି। କ୍ୱାଲିଟି ବହୁତ ଭଲ ଅଛି। ଆମେ ପଶ୍ଚିମବଙ୍ଗ ବ୍ଲାକମେଲ୍‌ର ଶିକାର ନହୋଇ ସ୍ୱାଭିମାନକୁ ଦେଖିଲୁ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *