ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଛି । ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି କମିଟି ବୈଠକ । ରତ୍ନଭଣ୍ଡାର ଖୋଲା ସହ ଗଣତି ଓ ମଣତି ପ୍ରକ୍ରିୟାର ରୂପରେଖ ଏହି ବୈଠକର ନିଷ୍ପତ୍ତି ଉପରେ ନିର୍ଭର କରୁଥିବାରୁ ଏହା ଉପରେ ଅଗଣିତ ଭକ୍ତଙ୍କ ନଜର ରହିଛି । ଅନ୍ୟପଟେ ପୂର୍ବରୁ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ୧୨ଜଣିଆ ରତ୍ନଭଣ୍ଡାର ଯାଞ୍ଚ କମିଟି ଗଠନ କରାଯାଇଥିଲା। କିନ୍ତୁ ପରେ ରାଜ୍ୟ ସରକାର ରତ୍ନଭଣ୍ଡାର ଯାଞ୍ଚ ପାଇଁ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ଜଣିଆ କମିଟି ଗଠନ କରିଛନ୍ତି। Post navigation ହାଥରସ୍ ସତସଙ୍ଗରେ ଦଳାଚକଟା ଘଟଣା: ମୁହଁ ଖୋଲିଲେ ଭୋଲେ ବାବା ନିଟ୍ ୟୁଜି କାଉନସେଲିଂକୁ ଘୁଞ୍ଚାଇଲେ କର୍ତ୍ତୃପକ୍ଷ