ଭୁବନେଶ୍ୱର: ନିର୍ବାଚନ ଲଢ଼ିବେ ବରିଷ୍ଠ ନେତାଦିଲ୍ଲୀପ ରାୟ। କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବସ୍ତ୍ୟ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟ ଚଳିତ ନିବାର୍ଚନ ଲଢ଼ିବେ । କୋର୍ଟର ରହିତାଦେଶ ପରେ ଦିଲ୍ଲୀପଙ୍କୁ ମିଳିଲା ଆଶ୍ଵସ୍ତି । ୧୯୯୯ ମସିହାରେ ଝାଡ଼ଖଣ୍ଡ ବ୍ଲକ ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ପାଇଥିବା ଦିଲ୍ଲୀପ ରାୟ ଏବେ ୨୦୨୪ ନିର୍ବାଚନ ଲଢ଼ିବେ ।

ଦିଲ୍ଲୀପ ରାୟଙ୍କ କୋଇଲା ଦୁର୍ନୀତି ମାମଲା ଦଣ୍ଡାଦେଶ ଉପରେ ରହିତାଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ରହିତାଦେଶ ନେଇ ଖବର ସରବରାହ ସୂତ୍ରରୁ ସୂଚନା ମିଳିଛି । ତେବେ ଦିଲ୍ଲୀପ ଏଥର ପୁଣିଥରେ ରାଉରକେଲାରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ କୋର୍ଟଙ୍କ ଆଶ୍ୱସ୍ତି ଦିଲ୍ଲୀପଙ୍କ ପାଇଁ ଖୁସି ଖବର ଆଣିଦେଇଛି ।

ସୂଚନା ଅନୁଯାୟୀ, ୨୦୨୦ ମସିହାରେ ଦିଲ୍ଲୀପଙ୍କୁ କୋଇଲା ଦୁର୍ନୀତି ମାମଲାରେ ତଳ କୋର୍ଟ ଦଣ୍ଡାଦେଶ କରିଥିଲେ । ଏଥିରେ ଦିଲ୍ଲୀପଙ୍କୁ କୋର୍ଟ ପକ୍ଷରୁ ୩ ବର୍ଷ ଜେଲ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା । କିନ୍ତୁ ଏହାପରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଦିଲ୍ଲୀପ ।

ଖୁବ ଶୀଘ୍ର ଦିଲ୍ଲୀପ ବିଜେପିରେ ଯୋଗ ଦାନ କରି ରାଉରକେଲାରୁ ବିଧାନସଭା ନିର୍ବାଚନ ଲଢ଼ି ପାରନ୍ତି ବୋଲି ଅନୁମାନ କରାଯାଉଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *