ରାଜ୍ୟସଭା ସାଂସଦ ଦିଲୀପ କୁମାର ରାୟ ସଂସଦର ଚଳିତ ମୌସୁମୀ ଅଧିବେଶନରେ ଓଡ଼ିଶାର ରାଉରକେଲାଠାରେ ଏମ୍ସ (AIIMS)ର ଏକ ସାଟେଲାଇଟ୍ ସେଣ୍ଟର ସ୍ଥାପନ ପ୍ରସଙ୍ଗ ଉଠାଇଛନ୍ତି । ରାଉରକେଲାରେ ଏମ୍ସ ଭୁବନେଶ୍ୱରର ଏକ ସାଟେଲାଇଟ ସେଣ୍ଟର ସ୍ଥାପନ ପାଇଁ ସରକାରଙ୍କ କୌଣସି ଯୋଜନା ରହିଛି କି ନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟଙ୍କୁ ଶ୍ରୀ ରାୟ ପ୍ରଶ୍ନ କରିଥିଲେ ।

ଏହାର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜ୍ୟମନ୍ତ୍ରୀ ପ୍ରତାପରାଓ ଯାଦବ ରାଜ୍ୟସଭାକୁ ଜଣାଇଥିଲେ ଯେ, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (PMSSY) ଅଧୀନରେ ସ୍ଥାପିତ ଏମ୍ସ ଭୁବନେଶ୍ୱରର ବାଲେଶ୍ୱରଠାରେ ଏକ ସାଟେଲାଇଟ୍ ସେଣ୍ଟର କାର୍ଯ୍ୟ କରୁଛି । ଓଡ଼ିଶାରେ ଅଧିକ ସାଟେଲାଇଟ୍ ସେଣ୍ଟର ସ୍ଥାପନ ପାଇଁ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ ବୋଲି କହିଥିଲେ ।

ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ଓ ଆଧୁନିକ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବା ଦିଗରେ ଦିଲୀପ କୁମାର ରାୟଙ୍କ ନିରନ୍ତର ପ୍ରୟାସର ଏହା ଏକ ଅଂଶ । ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ଲୋକଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସେ ପ୍ରତିବଦ୍ଧ ।

By Nirvay

Leave a Reply

Your email address will not be published. Required fields are marked *