ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ । ବିଧାୟକ ଶାରଦା ନାୟକଙ୍କ ବିରୋଧରେ ଦାୟର ଦାଖଲ କଲେ ମାମଲା। ଶାରଦାଙ୍କ ବିଧାୟକ ପଦ ଅସିଦ୍ଧ ଘୋଷଣା କରିବାକୁ ଦିଲ୍ଲୀପଙ୍କ ଦାବିରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବୋଲି ସୂଚନା।

ସୂଚନା ମୁତାବକ, ଶାରଦାଙ୍କ ବିଧାୟକ ପଦ ଅସିଦ୍ଧ ଓ ନାମାଙ୍କନ ପତ୍ରରେ ଶାରଦା ଭୁଲ ଓ ଅସମ୍ପୂର୍ଣ୍ଣ ତଥ୍ୟ ଦେଇଥିବା ଦିଲୀପ ରାୟ ଅଭିଯୋଗ କରିଛନ୍ତି । ଅପରାଧିକ ପୃଷ୍ଠଭୂମି, ସମ୍ପତ୍ତିର ଭୁଲ ଓ ଅସମ୍ପୂର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗ କରି ସେ ଶାରଦାଙ୍କ ନାଁରେ ପିଟିଶନ ଦାଖଲ କରିଛନ୍ତି ଦିଲ୍ଲୀପ।

ନାମାଙ୍କନ ସମୟରେ ସାରଦା ନିଜ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାମଲା ବିଷୟରେ ତଥ୍ୟ ଲୁଚାଇବା ସହ ନିଜର ସ୍ଥାବର/ଅସ୍ଥାବର ସମ୍ପତ୍ତିର ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ଏହି ପ୍ରସଙ୍ଗରେ ପୂର୍ବରୁ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଅଭିଯୋଗ କରାଯାଇଥିଲା। ସେହି ଅଭିଯୋଗକୁ ଅଣଦେଖା କରାଯାଇଥିବା ଦିଲ୍ଲୀପ ଆବେଦନରେ ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *