ବିରୋଧୀ ବିଜେଡି ପାଖରେ କୈାଣସି ପ୍ରସଙ୍ଗ ନାହିଁ । ଶାସନରୁ ବିତାଡିତ ହେବା ପରେ ଅଯଥା ପ୍ରସଙ୍ଗକୁ ଦୋହରାଇ ଓ ପାଳି କରି ବିଜେଡିର ନେତାମାନେ ମିଛ ସତ ଲଗାଇ ମନଗଢା କାହାଣି ଶୁଣାଉଛନ୍ତି । ବିଜେଡି ନେତା ତଥା ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ବଡ ବଡ କଥା ଶୁଣାଉଛନ୍ତି । ଯଦି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ବିଜେଡି ସରକାରରେ ଓଡିଶାର ବାସ୍ତବରେ ବିକାଶ ହୋଇଥିଲା, ତେବେ ଲୋକଙ୍କୁ କାହିଁକି ଆମ୍ବ ଟାକୁଆ ଖାଇବାକୁ ପଡୁଛି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଓଲଟା ପ୍ରଶ୍ନ କରିଛନ୍ତି । ବାସ୍ତବରେ ବିଜେଡି ସରକାରରେ ଓଡିଶାର ସଠିକ ବିକାଶ ହୋଇନଥିଲା । ନବୀନ ସରକାର ଅମଳରେ ରାୟଗଡା ଜିଲ୍ଲା କାଶୀପୁରଠାରେ ଦୁଇ ଦୁଇ ଥର ଅନାହାରଜନିତ ଓ ଖାଦ୍ୟାଭାବ କାରଣରୁ ୨୦ରୁ ଉର୍ଦ୍ଧ୍ୱ ମୃତ୍ୟୁବରଣ କରିଥିଲେ । ଏହାକୁ ଶ୍ରୀ ଦାସବର୍ମା ଭୁଲିବା ଉଚିତ ନୁହେଁ । ସରକାରରେ ଥିବାବେଳେ ବିଜେଡି ନେତା ଓ ମନ୍ତ୍ରୀମାନେ ଯେଉଁ ଭଳି ଭାବେ ମିଛ କହି ବିଭ୍ରାନ୍ତ କରୁଥିଲେ, ବର୍ତମାନ ମଧ୍ୟ ନିଜ ସ୍ଥିତି ବଂଚାଇବା ପାଇଁ ମିଛର ଆଶ୍ରୟ ନେଉଛନ୍ତି ଏବଂ ମନଗଢା କାହାଣୀ କହୁଛନ୍ତି ବୋଲି ଦିଲୀପ ମଲ୍ଲିକ କହିଛନ୍ତି । ଏଭଳି ମିଛ ପ୍ରଚାରରୁ ନିବୃତ ରହିବାକୁ ଦିଲୀପ ମଲ୍ଲିକ ବିଜେଡି ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି । Post navigation ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ଅନିଲ ଦେଶମୁଖ ଙ୍କୁ ଆକ୍ରମଣ ଜିଲ୍ଲା ପରିଷଦଙ୍କୁ ଦୁର୍ବ୍ୟବହାର ଘଟଣା: ଦାୟିତ୍ୱରୁ ହଟିଲେ ରେଢ଼ାଖୋଲ ତହସିଲଦାର