ଦୀଘାରେ ‘ଜଗନ୍ନାଥ ଧାମ’ ନାଁ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଜଗନ୍ନାଥଙ୍କ ମୁଖ୍ୟବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ସେ କହିଛନ୍ତି ପୁରୀ ବ୍ୟତୀତ କୌଣସି ଧାମକୁ ‘ଜଗନ୍ନାଥ ଧାମ’ କହିପାରିବେନି । ଶ୍ରୀମନ୍ଦିର ବ୍ୟତୀତ କୌଣସି ଠାରେ ବ୍ରହ୍ମ ସଂସ୍ଥାପନ ସଂସ୍କୃତି ନାହିଁ । ଜଗନ୍ନାଥ ମନ୍ଦିର ସାରା ବିଶ୍ବରେ ହେଉଛି, ଅସୁବିଧା କିଛି ନାହିଁ । ସବୁ କିଛି ପରମ୍ପରା ଅନୁସାରେ ହେଉ।

ସେ ଆଉ ମଧ୍ୟ କହିଛନ୍ତି; ଦୀଘା ମନ୍ଦିର ପ୍ରତିଷ୍ଠା ପାଇଁ ମତେ ମଧ୍ୟ ହୋଇଥିଲା ନିମନ୍ତ୍ରଣ କିନ୍ତୁ ମୁଁ ଯିବାକୁ ଇଚ୍ଛା ପ୍ରକାଶ କରି ନଥିଲି । ଶ୍ରୀଜିଉଙ୍କ ଦାରୁ କାଠ କେବେ ବି ବଳେନି,  କେବଳ ଛୋଟ ଛୋଟ ଖଣ୍ଡ ଆକାରରେ ବଳେ । ତାକୁ ନେଇ ମୂର୍ତ୍ତି କରିବା ସମ୍ଭବ ନୁହେଁ  । ଏଠାରୁ କିଏ ଦାରୁ କାଠ ନେଇଛି କି ନାହିଁ, ମୁଁ ଜାଣିନାହିଁ ।

Leave a Reply

Your email address will not be published. Required fields are marked *