ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଙ୍କ ଚିଠିପରେ ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ । ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ପରେ ଆଜି ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ପ୍ରଶାସନ ବୈଠକ ଡାକିଛି । ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ସହ ମହାରଣା, ଦେଉଳକରଣ, ପାଟଯୋଶୀ ମହାପାତ୍ର, ତଢଉକରଣ ଓ ତିନି ବାଡର ବାଡଗ୍ରାହୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ନବକଳେବର ସମୟରେ ବଳକା ଥିବା ଦାରୁ କାଠ ସମ୍ପର୍କରେ ହେବ ଆଲୋଚନା । ଦୀଘା ଜଗନ୍ନାଥ ମନ୍ଦିରରେ ବସିଥିବା ବିଗ୍ରହ ନବକଳେବର ସମୟର ବଳକା ଦାରୁରେ ନିର୍ମାଣ ହୋଇଥିବା ନେଇ ଖୋଦ୍ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର କହିବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । Post navigation ୨ ମାସର ରାସନ ମହଜୁଦ ରଖିବାକୁ ନିଜ ନାଗରିକଙ୍କୁ ପାକିସ୍ତାନର ନିର୍ଦ୍ଦେଶ ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନି ମୋକଦ୍ଦମା ଦାୟର କଲେ ମନମୋହନ ସାମଲ