ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ସରକାରଙ୍କ ଉପରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ଅସ୍ମିତା ଉପରେ ଆଜି ପ୍ରଶ୍ନ ଚିହ୍ନ ଲାଗିଛି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନେତୃତ୍ବ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଣ ଆଉ କେହି ମିଳିଲେ ନାହିଁ, ନିଜ ଦଳରେ କୌଣସି ମନ୍ତ୍ରୀ, ବିଧାୟକ କଣ ତାଙ୍କ ଭରସା ଯୋଗ୍ୟ ନୁହନ୍ତି ଯେ, ସେ ଗୋଟେ ଅଣ ଓଡ଼ିଆ ଅଫିସରଙ୍କୁ ଓଡ଼ିଶା ଶାସନ ଦାୟିତ୍ବ ଦେଇଦେଲେ? ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ। ‘ରଥଯାତ୍ରା ନକରିବାକୁ କିଏ ସୁପ୍ରିମକୋର୍ଟରେ ମାମଲା କରିଥିଲା? ସୁପ୍ରିମକୋର୍ଟରେ ସରକାରଙ୍କ ସତ୍ୟପାଠ କଣ ରହିଥିଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ନୈତିକତା ଥିଲେ, ନିଜେ ଏହାର ଉତ୍ତର ରଖନ୍ତୁ। ଏବେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ସବୁଠାରୁ ଲୋକପ୍ରିୟ ନେତା। ମୋଦି ସରକାରଙ୍କ ଏତେ ଆର୍ଥିକ ଅନୁଦାନ ପରେ ବି ଓଡ଼ିଶାର ବିକାଶ କାହିଁକି ହୋଇପାରୁନି? ଓଡ଼ିଆ ଅସ୍ମିତା, ଓଡ଼ିଆ ସଂସ୍କୃତି ଉପରେ ପ୍ରଶ୍ନବାଚୀ କାହିଁକି ଉଠିଛି? ବିଜେପି ଏକ ଦାୟିତ୍ୱସମ୍ପନ୍ନ ଜାତୀୟ ଦଳ ଭାବେ ଏହି ଅପଚେଷ୍ଟାକୁ ପଣ୍ଡ କରିବ । ଆଉ ତା’ର ସୂତ୍ରଧର ପାଲଟିବେ ପ୍ରତିଟି ଓଡ଼ିଆ, ଓଡ଼ିଶାବାସୀ ଏଥର ପରିବର୍ତ୍ତନ ପାଇଁ ସ୍ଥିର କରିସାରିଛନ୍ତି।

ଓଡ଼ିଶାରେ ଏଥର ବିଜେପି ସରକାର ଗଢିବ । ୨୧ ଲୋକସଭା ଆସନରୁ ୨୧ ଆସନ ଆମର ହେବ । ନରେନ୍ଦ୍ର ମୋଦିଙ୍କ ପ୍ରତି ଓଡ଼ିଶାବାସୀଙ୍କ ବିଶ୍ବାସ ଓ ଭରଷା ବଢିଛି । ସବୁ ସମୟରେ ଓଡ଼ିଶାକୁ ଆସିବେ ପ୍ରଧାନମନ୍ତ୍ରୀ ଆମର ସବୁ ସମସ୍ୟାର ସମଧାନ କରିବେ । ମୋଦିଙ୍କ ନେତୃତ୍ବରେ ଓଡ଼ିଶା ବିକାଶ ପାଇଁ ଦାୟିତ୍ବ ମିଳିବା ବିଶ୍ବାସ ରହିଛି।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାକାଳ ସମୟରେ ଯଦି କୌଣସି ରାଜ୍ୟ ଲାଭବାନ ହୋଇଛି ସେ ହେଉଛି ଓଡ଼ିଶା । ୬ ତାରିଖରେ ପ୍ରଧାନମନ୍ତ୍ରୀ ପ୍ରଚାର ଆରମ୍ଭ କରିବେ, ପ୍ରତି ଫେଜ୍‌ ପାଇଁ ମୋଦି ଓଡ଼ିଶା ଆସିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *