ଭୁବନେଶ୍ବର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେଡି ୯୦% ସିଟ୍‌ ଜିତିବ କହିଥିବା ବ୍ୟକ୍ତିଙ୍କୁ ‘ବାହାପିଆ’ କହି ଟାର୍ଗେଟ୍‌ କଲେ। ‘ଆମେ ଜିତିଲେ ମୋଦି ହେବେ ପ୍ରଧାନମନ୍ତ୍ରୀ, ତାଙ୍କ ପ୍ରଧାନମନ୍ତ୍ରୀ କିଏ’ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ‘ନିର୍ବାଚନ ହାରିଲେ ରାଜନୀତି ଛାଡ଼ିବେ ବୋଲି ଗୁମାସ୍ତା କହୁଛନ୍ତି’,ବିଜୁ ବାବୁ ଏକସଙ୍ଗେ ୫ଟି ସ୍ଥାନରେ ହାରି ବି ରାଜନୀତି ଛାଡ଼ି ନ ଥିଲେ,ତେଣୁ ଦୟାକରି ରାଜନୀତି ନ ଛାଡ଼ି ଲୁଟ୍‌ ନୀତି ଛାଡ଼ନ୍ତୁ କହି ପାଣ୍ଡିଆନଙ୍କୁ ପୁଣି ତେରେଛା ବାଣ ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ ନବୀନ ବାବୁଙ୍କୁ ଓଡ଼ିଶାରେ ଲୋକ ମିଳିଲେନି ଜଣେ ଭଡ଼ାଟିଆକୁ ଆଣି ନେତା କରିଛନ୍ତି’। ‘ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହି ଅପମାନିତ କରିଛନ୍ତି’। ପ୍ରଧାନମନ୍ତ୍ରୀ ସବୁ ରାଜ୍ୟକୁ ନମ୍ବର ୱାନ୍‌ କରିବେ। ଏହା ମୋଦି ଗ୍ୟାରେଣ୍ଟି। ବିଜେପି ଓଡ଼ିଶାରେ ୨୧ ରୁ ୨୧ ଲୋକସଭା ଜିତିବ, ରାଜ୍ୟରେ ବିଜେପି ସରକାର ହେବ।

By Nirvay

Leave a Reply

Your email address will not be published. Required fields are marked *