କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୋମବାର ଭାରତ ସରକାରଙ୍କ ଅଧୀନରେ ଥିବା ଏନସିଇଆରଟି ଏବଂ ଅନ୍ୟତମ ସର୍ବବୃହତ ଇ- କମର୍ସ ପ୍ଲାଟଫର୍ମ ଆମାଜନ ସେଲର୍ସ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଲେଟର୍ ଅଫ୍ ଏନଗେଜମେଣ୍ଟ ( ଏଲଓଇ) ସ୍ବାକ୍ଷରିତ ହୋଇଛି । ଏହା ହେଉଛି ପ୍ରଥମ ଟାଇ-ଅପ୍, ଯାହା ମୁଖ୍ୟ ଇ-କମର୍ସ ପ୍ଲାଟଫର୍ମରେ ମୁଦ୍ରିତ ମୂଲ୍ୟରେ ଏନସିଇଆରଟି ପାଠ୍ୟ ପୁସ୍ତକର ଉପଲବ୍ଧତା ସୁନିଶ୍ଚିତ କରିବ ।  ଏନସିଇଆରଟି ୧୯୬୩ ମସିହାରୁ ପ୍ରାୟ ୨୨୦ କୋଟି ପୁସ୍ତକ ଓ ଜର୍ଣ୍ଣାଲ ସହିତ ପାଠ୍ୟପୁସ୍ତକ ପ୍ରକାଶ କରି ଭାରତର ଶିକ୍ଷା ଦୃଶ୍ୟପଟ୍ଟକୁ ନୂଆ ଆକାର ଦେଇଛି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜିର ପଦକ୍ଷେପ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ଜାତୀୟ ଶିକ୍ଷା ନୀତିର ଭିଜନକୁ ସୁଦୃଢ଼ କରିବ। ସମଗ୍ର ଦେଶରେ ଡିଜିଟାଲ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଦେଖାଯାଇଥିବାବେଳେ ଏହି ପଦକ୍ଷେପ ସରକାରଙ୍କ ଇଜ୍ ଅଫ୍ ଲିଭିଂ ଲକ୍ଷ୍ୟକୁ ମଧ୍ଯ ସମର୍ଥନ କରିବ । ଏହା ଓଡିଶା ସମେତ ଦେଶବ୍ୟାପୀ ପ୍ରାୟ ୨୦ ହଜାର ପିନ୍ କୋଡ ରେ ଏହି ପୁସ୍ତକ ଉପଲବ୍ଧ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଆଉ ମଧ୍ୟ କହିଛନ୍ତି ଏନସିଇଆରଟି ଚଳିତବର୍ଷ  ତିନି ଗୁଣା ଅଧିକ ପୁସ୍ତକ ପ୍ରକାଶନ ତ‌ଥା ୧୫ କୋଟି ପୁସ୍ତକ ପ୍ରକାଶ କରିବ । ସମସ୍ତ ଶ୍ରେଣୀର ଏମ ଏନସିଇଆରଟି ଆମାଜନ ପାଠ୍ୟପୁସ୍ତକ http://amazon.in/ ncert  ରେ ଉପଲବ୍ଧ ହେବ । ଆମାଜନର ଡେଲିଭରି ନେଟଓ୍ୱାର୍କ ଜରିଆରେ ଅତି ଦୁର୍ଗମ ଅଂଚଳରେ ମଧ୍ୟ ଛାତ୍ରଛାତ୍ରୀ ଓ ସ୍କୁଲ ନିର୍ଦ୍ଧାରିତ ମୂଲ୍ୟରେ ପାଠ୍ୟପୁସ୍ତକ କିଣିପାରିବେ ।

 

Leave a Reply

Your email address will not be published. Required fields are marked *