ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ହେବ ଆରମ୍ଭ ବୋଲି ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ୨୭ ଏବଂ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଆସିବ । ପରୀକ୍ଷା ମୂଳକ ଭାବେ ୩୦ ଓ ୩୧ରେ ଧାଡ଼ି ଦର୍ଶନର ଟ୍ରାଏଲ୍ ରନ୍ ହେବ ବୋଲି ସେ ସୂଚନା ଦେଇଛନ୍ତି । ଭକ୍ତ ମାନେ ସାତ ପାହାଚ ଦ୍ୱାର ଦେଇ ପ୍ରବେଶ ଏବଂ ଘଣ୍ଟି ଓ ଗାରଦ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଘଣ୍ଟି ଦ୍ୱାରରେ ମହିଳା ଏବଂ ବରିଷ୍ଠ ନାଗରିକ ବାହାରିବେ । ଗାରଦ ଦ୍ୱାରରେ ପୁରୁଷ ମାନେ ଦର୍ଶନ କରି ବାହାରିବାର ବନ୍ଦୋବସ୍ତ କରାଯାଇଛି। Post navigation ପରଲୋକରେ ପୂର୍ବତନ ବିଧାୟକ ବିଜୟ (ବାଦଲ) ମହାନ୍ତି