ପୁରୀ,

ଭଗବାନଙ୍କ ଦର୍ଶନ ଖୁସି ଓ ଶାନ୍ତ ମନରେ ହେବା କଥା ହେଲେ କାଳିଆ ଭକ୍ତଙ୍କ କଷ୍ଟ ନ କହିବା ଭଲ । ଦିନକୁ ଦିନ ଖରାର ପ୍ରକୋପ ବଢିବା ଯୋଗୁଁ କଲବଲ ହେଉଛନ୍ତି ଭକ୍ତ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସିଂହଦ୍ୱାର ପଟେ ଏସି ଟନେଲ ହୋଇଥିବା ବେଳେ ଉତ୍ତର ଦ୍ୱାର ପଟେ ଯିବା ଆସିବା କରୁଥିବା ଭକ୍ତଙ୍କୁ ଚାଲିବାକୁ ପଡୁଛି ରଡ ନିଆଁରେ ।

ଯେଉଁଠି ଗରମରେ ଗୋଟିଏ ପାଦ ପକାଇବା କଷ୍ଟ ହେଉଛି। ସେଠି ମନ୍ଦିର ଭିତରକୁ ଯିବାକୁ ହେଲେ ଗରମରେ ଚାଲିବାକୁ ପଡୁଛି ୩ଶହରୁ ୪ଶହ ମିଟର ବାଟ । ତେଣୁ କିଏ ଡେଇଁ ଡେଇଁ ଯାଉଛନ୍ତି ତ ଆଉ କିଏ ଗୋଟିଏ ନିଶ୍ୱାସରେ ଦଉଡୁଛନ୍ତି । ବରିଷ୍ଠ ନାଗରିକ ଶିଶୁଙ୍କ ଯନ୍ତ୍ରଣା ନକହିବା ଭଲ । ଏଥିପାଇଁ ଭକ୍ତଙ୍କ ଭିତରେ ତ୍ରୀବ ଅସନ୍ତୋଷ ବଢିବା ପରେ ଶ୍ରୀମନ୍ଦିର ପ୍ରଶାସନର ଚେତା ପଶିଛି ।

ଏବେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କାର୍ପେଟ ବିଛାଇବା ସହ ଜଳ ସିଚନର ବ୍ୟବସ୍ଥା ମଧ୍ୟ କରାଯାଇଛି।

By Nirvay

Leave a Reply

Your email address will not be published. Required fields are marked *