deputy-cm-meets-balanga-patient at aiims-delhi

ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବଳଙ୍ଗାର ପୀଡ଼ିତାଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଭେଟିଛନ୍ତି । ପରିଡ଼ା ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି । ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପରିବାର ଲୋକଙ୍କୁ ପରିଡା ପ୍ରତିଶୃତି ଦେଇଛନ୍ତି ।

ଏହି ଗସ୍ତ ସମୟରେ, ପୀଡ଼ିତାଙ୍କୁ ଚିକିତ୍ସା ପ୍ରଦାନ କରୁଥିବା ଏମ୍ସର ଡାକ୍ତରୀ ଦଳ ଏବଂ ବିଶେଷଜ୍ଞ ମାନଙ୍କ ସହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବଂ ଆଗାମୀ ଦିନରେ ହେବାକୁ ଥିବା ଚିକିତ୍ସା ବିଷୟରେ ଆଲୋଚନା କରିଛନ୍ତି ।

ଭୁବନେଶ୍ୱର ଏମ୍ସ ପରେ ପୀଡ଼ିତାଙ୍କୁ ଏୟାର ଲିଫ୍ଟ କରି ଦିଲ୍ଲୀ ଏମ୍ସ ନିଆଯାଇଥିଲା । ଯେଉଁଠାରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଛି ।

deputy-cm-meets-balanga-patient at aiims-delhi

 

 

By Nirvay

Leave a Reply

Your email address will not be published. Required fields are marked *