ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ନିର୍ଯାତନା ଘଟଣାରେ ପୋଲିସ ଅଧିକାରମାନଙ୍କୁ କରଯାଇଥିବା ସସ୍‌ପେଣ୍ଡ ଅର୍ଡର ହଟାଇବାକୁ ଦାବି କରିଛନ୍ତି ଓଡ଼ିଶା ପୋଲିସ ସଂଘ ।  ଆଜି ଏହି ସଂପର୍କରେ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ସଂପର୍କରେ ତଦନ୍ତ ଚାଲିଛି । କିନ୍ତୁ ଏ ପର୍ଯ୍ୟନ୍ତ ନିଲମ୍ବନ ହୋଇଥିବା ପୋଲିସ ଦୋଷୀ ପ୍ରମାଣିତ ହୋଇନାହାନ୍ତି । ତଦନ୍ତରେ ଦୋଷୀ ପ୍ରମାଣିତ ହେଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ନିଲମ୍ବନ ହୋଇଥିବା ପୋଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ହଟାଯାଉ ବୋଲି ଦାବି କରାଯାଇଛି ।

ସୂଚନଯୋଗ୍ୟ; ଆର୍ମି ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ମାମଲାରେ ୫ ପୋଲିସ ଅଧିକାରୀ ନିଲମ୍ବିତ କରାଯାଇଛି। ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି ଅଫିସକୁ ବଦଳି କରିଥିଲା। ତାଙ୍କ ସ୍ଥାନରେ କମିଶନରେଟ୍‌ ପୋଲିସ ମୁଖ୍ୟାଳୟରେ ଥିବା ଇନ୍‌ସ୍ପେକ୍ଟର ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନା ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଭରତପୁର ଥାନାରେ ଥିବା ଏଏସ୍‌ଆଇ ସଲିଳମୟୀ ସାହୁ ଓ କନଷ୍ଟେବଳ ବଳରାମ ହାଂସଦାଙ୍କୁ ମଧ୍ୟ ବଦଳି କରାଯାଇଛି। ସଲିଳମୟୀଙ୍କୁ ଭୁବନେଶ୍ୱର ଡିସିପି ଅଫିସ ଓ ବଳରାମଙ୍କୁ ଭୁବନେଶ୍ୱର ରିଜର୍ଭ ଅଫିସକୁ ବଦଳି କରାଯାଇଥିବା କମିଶନରେଟ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *