ହଜାରେ ବର୍ଷର ପୁରୁଣା ସହର କଟକରେ ଶିକ୍ଷାର ପ୍ରସାର ପାଇଁ ପ୍ରଥମେ ରେଭେନ୍ସା କଲେଜକୁ ‘କଟକ କଲେଜ’ ନାମରେ ନାମିତ କରାଯାଇଥିଲା। ବ୍ରିଟିଶ ଶାସନ ହାତରେ ଦୀର୍ଘଦିନ ପରାଧୀନ ରହିବା ସହ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ନିର୍ଯାତନା ସହୁଥିଲେ ଓଡ଼ିଶାବାସୀ। ଏଭଳି ନିର୍ମମ ହୃଦୟ ବ୍ରିଟିଶ ଶାସକଙ୍କ ନାମରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ରହିଛି। ଅବିଳମ୍ବେ ଏହାର ନାଁ ପରିବର୍ତ୍ତନ କରିବା ସହ ପ୍ରାତଃ ସ୍ମରଣୀୟ କଟକ ସହରକୁ ମାନେ ରଖିବା ଓ ଏହାର ମାଁ ବୃଦ୍ଧି ପାଇଁ ‘କଟକ ବିଶ୍ୱବିଦ୍ୟାଳୟ’ ନାମରେ ନାମିତ କରାଯାଉ ବୋଲି କଟକ ନିଖିଳ ଓଡିଶା ବୁଦ୍ଧିଜୀବୀ ଫୋରମ ଉପସଭାପତି ତାପସ ଦ୍ବିବେଦୀ, ଶ୍ରୀ ଅସ୍ତରମ ହେଲପିଙ୍ଗ ହ୍ୟାଣ୍ଡ ଫାଉଣ୍ଡେଶନ ଅଧ୍ୟକ୍ଷ ଅମରେନ୍ଦ୍ର ସାହୁ ଓ ଏଇତ ଜୀଈଁବାନ୍ର ମୁଖ୍ୟ ଉପଦେଷ୍ଟା ପ୍ରିୟବ୍ରତ ପଟ୍ଟନାୟକଙ୍କ ମିଳିତ ଉଦ୍ୟମରେ ଏକ ସାମ୍ବାଦିକ ସମ୍ମିଳନୀରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ପରିବର୍ତ୍ତନ ନେଇ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା। ଯଥାଶୀଘ୍ର ରେଭେନ୍ସାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଘୋଷଣା କରି ବର୍ତ୍ତମାନ ସମୟରେ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରମାନଙ୍କ ଅବାଧ ପ୍ରବେଶକୁ ରୋକିବା, ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନିଯୁକ୍ତି, ପାଠାଗାର, କର୍ମଚାରୀଙ୍କ ସହିତ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ନିବେଦନ କରାଯାଇଛି।

 

Leave a Reply

Your email address will not be published. Required fields are marked *