ଦେଶରେ ଜନସଂଖ୍ୟା ବଢ଼ିଥିବା ବେଳେ ବଢ଼ିପାରେ ଲୋକସଭା ଆସନ। ୨୦୨୬ରେ ଜନଗଣନା ଆଧାରରେ ହୋଇପାରେ ସୀମା ପୁନଃ ନିର୍ଦ୍ଧାରଣ । ଡିଲିମିଟେସନରେ ବଢ଼ିପାରେ ଦେଶରେ ବଢ଼ିପାରେ ଲୋକସଭା ସିଟ୍‌। ସୀମା ନିର୍ଦ୍ଧାରଣ ପରେ ଲୋକସଭା ଆସନ ୮୪୬ ଆସନା ଛୁଇଁବା ସମ୍ଭାବନା ରହିଛି। ଏହା ଫଳରେ ଡେଲିମିଟେସନ ଦ୍ବାରା ବିଜେପିକୁ ଫାଇଦା ହୋଇପାରେ ଆଉ ବିରୋଧୀଙ୍କୁ ଅଡ଼ୁଆ ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଲୋକସଂଖ୍ୟା ଓ ଭୌଗଳିକ ସ୍ଥିତିକୁ ନେଇ ସୀମା ନିର୍ଦ୍ଧାଧାରଣ କରାଯିବ। ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ନିର୍ବାଚନ ଆୟୋଗଙ୍କ ଡିଲିମିଟେସନ୍‌ କମିସନ୍‌ ଏହାକୁ ଜନଗଣନା ଅଧିକାରୀ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସହାୟତାରେ ସ୍ଥିର କରିବେ। ଉପରୋକ୍ତ ହିସାବ ଅନୁସାରେ ଜନପ୍ରତିନିଧିତ୍ବ କ୍ଷେତ୍ରରେ ଅସଂଗତି ସୃଷ୍ଟି ହେବାର ଆଶଙ୍କା ରହିଛି।

ଆକଳନ ଅନୁସାରେ ଡିଲିମିଟେସନ୍‌ ହେଲେ ଡିଲିମିଟେସନ୍‌ ହେଲେ ଉତ୍ତର ପ୍ରଦେଶ ଓ ବିହାର ଭଳି ଉତ୍ତର ଭାରତୀୟ ରାଜ୍ୟ ସର୍ବାଧିକ ଲାଭବାନ ହେ‌ବେ ବୋଲି କୁହାଯାଉଛି; କାରଣ ଏହି ରାଜ୍ୟଗୁଡ଼ିକର ଜନସଂଖ୍ୟା ଦକ୍ଷିଣ ଭାରତୀୟ ରାଜ୍ୟ ତୁଳନାରେ ଅଧିକ। ଏହା ବିଜେପି ପାଇଁ ଲାଭପ୍ରଦ ହେବ ବୋଲି ଆକଳନ କରାଯାଉଛି ।

ଡିଲିମିଟେସନ୍‌ ହେଲେ କର୍ଣ୍ଣାଟକର ଲୋକସଭା ଆସନ ସଂଖ୍ୟା ୨୮ରୁ ୪୧କୁ ବୃଦ୍ଧିପାଇବ। ସେହିପରି ତେଲଙ୍ଗାନାରେ ଓ ଆନ୍ଧ୍ର ପ୍ରଦେଶରେ ୫୪କୁ, ତାମିଲନାଡୁରେ ୩୯ରୁ ୪୯କୁ ବୃଦ୍ଧି ପାଇବା ସମ୍ଭାବନା ଅଛି । ସେହିପରି ଓଡ଼ିଶାରେ ଲୋକସଭା ଆସନ ସଂଖ୍ୟା ୨୧ରୁ ୨୮କୁ ବୃଦ୍ଧି ପାଇପାରେ। ଅପରପକ୍ଷରେ ଉତ୍ତର ପ୍ରଦେଶରେ ୮୦ରୁ ୧୪୩କୁ, ବିହାରରେ ୪୦ରୁ ୭୯କୁ, ପଶ୍ଚିମବଙ୍ଗରେ ୬୦ , ଝାଡ଼ଖଣ୍ଡରେ ୧୪ରୁ ୨୪କୁ, ମଧ୍ୟପ୍ରଦେଶରେ ୨୯ରୁ ୫୨କୁ, ଛତିଶଗଡ଼ରେ ୧୧ରୁ ୧୯କୁ, ପଞ୍ଜାବରେ ୧୩ରୁ ୧୮, ଗୁଜରାଟରେ ୨୬ରୁ ୪୩କୁ, ମହାରାଷ୍ଟ୍ରରେ ୪୮ରୁ ୭୬କୁ, ରାଜସ୍ଥାନରେ ୨୫ରୁ ୫୦କୁ ବୃଦ୍ଧିପାଇବା ସମ୍ଭାବନା ରହିଛି। ଗୋଆ, ସିକିମ, କେରଳ, ତ୍ରିପୁରା, ମଣିପୁର, ମେଘାଳୟ, ଅରୁଣାଚଳପ୍ରଦେଶ, ମିଜୋରାମ, ନାଗାଲାଣ୍ଡ ଓ ହିମାଚଳପ୍ରଦେଶର ଆସନ ସଂଖ୍ୟା ଅପରିବର୍ତ୍ତିତ ରହିବ।

Leave a Reply

Your email address will not be published. Required fields are marked *