ବଡ଼ଦାଣ୍ଡରେ ପୁଣି ଗଡ଼ିଲା ୩ ଠାକୁରଙ୍କ ରଥ । ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ।  ଆଗେ ଆଗେ ଯାଉଛନ୍ତି ବଡ଼ ଭାଇ ବଳଭଦ୍ର । ପଛେପଛେ ଆସୁଛି ମା’ ସୁଭଦ୍ରାଙ୍କ ଦର୍ପଦଳନ । ଶେଷରେ ନନ୍ଦିଘୋଷ ରଥରେ ଆସୁଛନ୍ତି କାଳିଆ ସାଆନ୍ତ । ମହାପ୍ରଭୁଙ୍କ ରଥକୁ ଟାଣି ନେଉଛନ୍ତି ଶ୍ୱେତ ଘୋଡା । ୩ ରଥକୁ ଟାଣି ନେଉଛନ୍ତି ଅସଂଖ୍ୟ ଭକ୍ତ । ରଥରେ ୩ ଠାକୁରଙ୍କୁ ପାଇ ଭାବବିହ୍ବଳ ଭକ୍ତ -ଘଣ୍ଟଘଣ୍ଟା, ବାଦ୍ୟରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ

Leave a Reply

Your email address will not be published. Required fields are marked *