ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । ଲୋକପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ବସିଥିବା ବୈଠକରେ ଏ ନେଇ ନିଆଗଲା ନିଷ୍ପତ୍ତି। ବୈଠକ ପରେ ଜିଲ୍ଲାପାଳ କହିଛନ୍ତି ଉଭୟ ପଡ଼ିଆରେ ହେବ ବାଲିଯାତ୍ରା । ଏନେଇ କୋର୍ଟଙ୍କୁ ସତ୍ୟପାଠ ଦିଆଯିବ । ରୂପରେଖ କ’ଣ ହେବ କୋର୍ଟଙ୍କୁ ଅବଗତ କରାଯିବ । ପୂର୍ବରୁ କେବଳ ତଳ ପଡ଼ିଆରେ ବାଲିଯାତ୍ରାକୁ ନେଇ ଉଠିଥିଲା ବିବାଦ । ଏହା ସହ ଅଧିକାଂଶ ଦଳର ଲୋକ ପ୍ରତିନିଧି ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରିଥିଲେ । ଆସନ୍ତା ୯ ତାରିଖରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ରହିଛି। କିଛି ଦିନ ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କେବଳ ତଳ ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେବ ବୋଲି ସୂଚନା ଦିଆଯାଇଥିଲା । ଉପର ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେବନି ବୋଲି କୁହାଯାଇଥିବା ବେଳେ ଉପର ବାଲିଯାତ୍ରା ପଡ଼ିଆରେ କେବଳ ପାର୍କିଂ ବ୍ୟବସ୍ଥା ରହିବ ବୋଲି ସୂଚନା ଦିଆଯାଇଥିଲା । ଅନ୍ୟପଟେ ଏଥର ଆହୁରି ଆକର୍ଷଣୀୟ ହେବାକୁ ଯାଉଛି ବିଶ୍ବପ୍ରସିଦ୍ଧ କଟକ ବାଲିଯାତ୍ରା । ଚଳିତବର୍ଷ ବାଲିଯାତ୍ରା ପାଇ ୨୬ ସେପ୍ଟେମ୍ବରରୁ ୦୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପାଇଁ ଆବେଦନ । ଜଣେ ବ୍ୟକ୍ତି ଓ ଅନୁଷ୍ଠାନ ୩ ଟି ଲେଖାଁଏ ପ୍ଲଟ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । cuttack.odisha.gov.in ୱେବସାଇଟରେ ଅଧିକ ବିବରଣୀ ପାଇପାରିବେ । Post navigation ବାଲଡ଼ା ନାଗେଶ୍ୱରୀ ପାହାଡର ସୁରକ୍ଷା ପାଇଁ ୟୂଟ୍ୟୁବର ଓ ବିଭିନ୍ନ ପାହାଡ ସୁରକ୍ଷା ସମିତିର ମେଳି ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବ ଉପରେ ବାଜିଲା ମୋହର