ବିଜେଡି ଛାଡ଼ିଲେ ବରିର ପୂର୍ବତନ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ସେ ତାଙ୍କର ଇସ୍ତଫାପତ୍ର ଦେଇଛନ୍ତି । ବିଜେଡି ଛାଡ଼ିଲା ପରେ ଆଜି ପଦ୍ମ ଧରିଛନ୍ତି ସେ।

ସେହିପରି ପୂର୍ବତନ ଅତାବିରା ବିଧାୟକ ନିହାର ମହାନନ୍ଦ କଂଗ୍ରେସ ଦଳରୁ ଇସ୍ତଫା ପରେ କେଉଁ ଦଳକୁ ଯିବେ ସେନେଇ ଚର୍ଚ୍ଚା ଲାଗି ରହିଥିଲା, ଯାହାର ଆଜି ଅନ୍ତ ଘଟିଛି। ବିଜେପି ଦଳରେ ସାମିଲ ହେଲେ ନିହାର ମହାନନ୍ଦ। ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ନିହାର ଆଜି ଭୁବନେଶ୍ବର ଯାଇ ବିଜେପି ଦଳରେ ସାମିଲ ହୋଇଛନ୍ତି।

ଓଡ଼ିଶା ରାଜନୀତିରେ ଜଣେ ଜଣାଶୁଣା ରାଜନେତା ହେଉଛନ୍ତି ଦେବାଶିଷ ନାୟକ । କିଛି ଦିନ ନିଜର ଅସନ୍ତୁଷ୍ଟ ବଖାଣିବା ପରେ ଆଜି ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ୪ଥର ନିର୍ବାଚିତ ହୋଇଛନ୍ତି ଦେବାଶିଷ। ସେ ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ବରୀ-ଡେରାବିଶ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

କ୍ରୀଡା ବିଭାଗ ସହିତ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ରହିସାରିଥିଲେ ବିଜେଡିର ଏହି ବରିଷ୍ଠ ନେତା । ହେଲେ ୨୦୧୯ରେ କିନ୍ତୁ ତାଙ୍କୁ ଦଳ ଟିକେଟ୍ ଦେଇନଥିଲା । ତାଙ୍କ ସ୍ଥାନରେ ଦଳ ସୁନନ୍ଦା ଦାସଙ୍କୁ ଟିକେଟ୍ ଦେଇଥିଲା । ଆଉ ସୁନନ୍ଦା ମଧ୍ୟ ବିଜେପିର ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ହରାଇ ବିଧାୟକ ହେଇଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *