ନିର୍ବାଚନ କାର୍ଯ୍ୟ ସାରି ଘରକୁ ଫେରିବା ବେଳେ ଦୁଇ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଜଣେ ନୂଆପଡ଼ା ତରବୋଡ ଫନଡେଲ ନାଳ ନିକଟରେ କାର ଧକ୍କାରେ ଜଣେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ସେ ରାନିମୁଣ୍ଡାରେ ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ ଥିଲେ । ତାଙ୍କ ପରିଚୟ ପ୍ରସନ୍ନ କୁମାର ନାୟକ ବୋଲି ଜଣାପଡିଛି । ଗତକାଲି ନିର୍ବାଚନ ସରିବା ପରେ ଇଭିଏମ ସମିଟ କରି ପ୍ରସନ୍ନ କୁମାର ନାୟକ ସକାଳୁ ସକାଳୁ ଘରକୁ ଫେରୁଥିଲେ । ରାସ୍ତାରେ ଏକ କାର ଧକ୍କା ଦେବାରୁ ପ୍ରସନ୍ନଙ୍କ ମୃତ୍ୟୁ ହୋଇଛି ।

ସେହିପରି ମାଥିଲି ଡମଗୁଡ଼ାଠାରେ ବସ ଧକ୍କାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଶିଖପାଲିର କୁଶବେଡା ବିଦ୍ୟାଳୟରେ ପ୍ରିଜାଇଡିଂ ଅଫିସର ଭାବେ ନିୟୋଜିତ ଥିଲେ ବଣ୍ଡାଘାଟି ବନ୍ଧଗୁଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ ଇନ୍ଦ୍ରଜିତ କିଷାନ । ନିର୍ବାଚନ କାର୍ଯ୍ୟ ସାରି ସକାଳରେ ବାଇକ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଏକ ବସ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଇନ୍ଦ୍ରଜିତଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *