ରାଜ୍ୟରେ ଧାନ କିଣା ଜାରି ରହିଥିବା ବେଳେ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହୋଇଛି। ରାଜ୍ୟରେ ଧାନ କିଣା ଡେଡ୍‌ ଲାଇନ୍‌ ମାର୍ଚ୍ଚ ୩୧ ରହିଛି। ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ପର୍ଯ୍ୟନ୍ତ ୭୧ ଲକ୍ଷ ୫୦ ହଜାର ମେଟ୍ରିକ୍‌ ଟନ୍‌ ଧାନ କିଣା ହୋଇ ସାରିଲାଣି । ୭୬ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣିବାକୁ ଲକ୍ଷ୍ୟ ରହିଛି । ରବି ସିଜିନ୍‌ ପାଇଁ ଯୋଜନା ଚାଲିଛି ଏବଂ ଖୁବଶୀଘ୍ର ଆରମ୍ଭ ହେବ ।

ଏହା ସହ ସର୍ବାଧିକ ଗୁରୁତ୍ୱ ଦିଆଯାଇ ମଣ୍ଡିଗୁଡ଼ିକରେ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି, ମଣ୍ଡିଗୁଡ଼ିକରେ ସିସିଟିଭି କରାଯାଇଛି।

Leave a Reply

Your email address will not be published. Required fields are marked *