କିଟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏବେ ସାମ୍ନାକୁ ଆସିଛି ମୃତ ଛାତ୍ରୀଙ୍କ ହାତଲେଖା ସୁଇସାଇଡ ନୋଟ । ପୋଲିସ ହାତରେ ଲାଗିଛି ଛାତ୍ରୀଙ୍କ ସୁଇସାଇଡ ନୋଟ । ସୁଇସାଇଡ୍‌ ନୋଟଟି ନେପାଳୀ ଭାଷାରେ ଲେଖା ହୋଇଥିବା ଜଣାପଡିଛି । ଏହା ସହ ନୋଟ୍‌ରେ ପୁରୁଷ ବନ୍ଧୁ ଦେଉଥିବା ନିର୍ଯାତନା ଲେଖା ଅଛି ବୋଲି ସୂଚନା ମିଳିଥିବା ବେଳେ ଜବତ ନୋଟ୍‌କୁ ହ୍ୟାଣ୍ଡ ରାଇଟିଂ ବ୍ୟରୋକୁ ପଠାଇଛି ପୋଲିସ ।

ଅନ୍ୟପଟେ ଛାତ୍ରୀ ଆତ୍ମହତ୍ୟା ମାମଲାକୁ ନେଇ ବିବାଦ ଘେରରେ ଓଡ଼ିଶାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ କିଟ୍ ବିଶ୍ୱବିଦ୍ୟାଳୟ । ଗତକାଲିଠାରୁ ନବ ନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ଗେଟ୍ ସମ୍ମୁଖରେ ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ଆନ୍ଦୋଳନରେ ବସିଥିବା ବେଳେ ଆଜି ସକାଳୁ କିଟ୍ ପ୍ରତିଷ୍ଠାତା ଡାକ୍ତର ଅଚ୍ୟୁତ ସାମନ୍ତ ସେମାନଙ୍କୁ ଭେଟିଛନ୍ତି ।  କିନ୍ତୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ।

Leave a Reply

Your email address will not be published. Required fields are marked *