ରାଜ୍ୟ କ୍ୟାବିନେଟ ବୈଠକରେ ଆଉ ଏକ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ସରକାରୀ ଚାକିରି ଥିବା ବାପା-ମା’ଙ୍କ ମୃତ୍ୟୁ ପରେ ଝିଅଙ୍କୁ ଚାକିରି ମିଳିବ ବୋଲି ନିଷ୍ପତ୍ତି ହୋଇଛି। ଥଇଥାନ ଯୋଜନାରେ ନିର୍ଭରଶୀଳ ଥିବା ବିବାହିତା ବା ସାବତ ଝିଅଙ୍କୁ ଚାକିରି ମିଳିବ। ପୂର୍ବରୁ ଅବିବାହିତ ବା ସାବତ ଝିଅଙ୍କୁ ଚାକିରି ମିଳୁଥିଲା। ଓଡ଼ିଶା ବେସାମରିକ ସେବା ନିୟମାବଳୀ, ୨୦୨୦ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ଅବିବାହିତ ଓ ଅବିବାହିତ ସାବତ ଝିଅଙ୍କୁ ଅନୁକମ୍ପାମୂଳକ ନୁଯୁକ୍ତି ପାଇଁ ବିଚାର କରାଯାଉଥିବା ବେଳେ ଏବେ ଏହି ନିୟମାବଳୀର ସଂଶୋଧନ କରି ବିବାହିତ ଝିଅଙ୍କୁ ବିଚାରକୁ ନିଆଯିବାକୁ ପ୍ରସ୍ତାବ ଦିଆଯାଇଛି।

Leave a Reply

Your email address will not be published. Required fields are marked *