ଭୁବନେଶ୍ୱର : ବଙ୍ଗୋପସାଗରରେ ବଢିଲା ବାତ୍ୟା ଭୟ । ଆସନ୍ତା ୨୫ ତାରିଖ (ଶନିବାର) ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ୨୬ସନ୍ଧ୍ୟା ସୁଦ୍ଧା ଗୋଟିଏ ଭୀଷଣବାତ୍ୟା ଭାବେ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପଖାପାଖି ସମୁଦ୍ର ମଧ୍ୟରେ ପହଞ୍ଚିବାର ସମ୍ଭାବନା ରହିଛି। ଏହି ଲଘୁଚାପ ଏବେ ଉତ୍ତର ପୂର୍ବ ଦିଗକୁ ଗତି କରୁଛି। ମେ’୨୪ ପୂର୍ବାହ୍ନ ସୁଦ୍ଧା ବଙ୍ଗୋପସାଗର କେନ୍ଦ୍ରୀୟ ଅଂଶ ଉପରେ ଏହା ବାତ୍ୟାରେ ପରିବର୍ତନ ହୋଇ ଉତ୍ତର-ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ଅଧିକ ରହିଛି। ୨୫ ସକାଳ ସୁଦ୍ଧା ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପକୂଳରେ ଏହି ବାତ୍ୟା ଆହୁରି ତୀବ୍ର ହେବ। ପରବର୍ତ୍ତୀ ସମୟରେ, ଏହା ପ୍ରାୟ ଉତ୍ତର ଦିଗକୁ ଗତି କରି ବାଂଲାଦେଶ ନିକଟରେ ଏବଂ ପଶ୍ଚିମବଙ୍ଗ ଉପକୂଳରେ ୨୬ ମଇ ସନ୍ଧ୍ୟା ସୁଦ୍ଧା ଏକ ଘୂର୍ଣ୍ଣିବଳୟ ଭାବରେ ପହଞ୍ଚିବ। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।
ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ବର୍ତ୍ତମାନ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ । ଓଡ଼ିଶାର ଉପକୂଳ ଜିଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

 

By SonaliP

Leave a Reply

Your email address will not be published. Required fields are marked *